ଭୁବନେଶ୍ୱର(ଶାସକ ପ୍ରଶାସକ); କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ଆଜି (୦୮ ସେପ୍ଟେମ୍ବର ୨୦୨୨) ଆୟୋଜିତ ହୋଇଥିବା ଇଷ୍ଟର୍ଣ୍ଣ ଇଣ୍ଡିଆ ଲିଡରସିପ୍ ପୁରସ୍କାର କାର୍ଯ୍ୟକ୍ରମରେ ଜେଏସପିର ସଭାପତି ତଥା ଗ୍ରୁପ୍ ସିଏସ୍ଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଟାଇମ୍ସ ଆସେଣ୍ଟ ସହଭାଗୀତା ହୋଇଥିବା ପୁରସ୍କାରକୁ ୱାର୍ଲ୍ଡ ସିଏସ୍ଆର ଫେଡେରେସନ୍ ଦ୍ୱାରା ପ୍ରମାଣିତ କରାଯାଇଛି |
ଏହି ପୁରସ୍କାର ଗ୍ରହଣ କରି ଶ୍ରୀ ହୋତା କହିଛନ୍ତି ଯେ, “ଜେଏସପିରେ ଆମେ ଆମର କାରଖାନା ଆଖପାଖରେ ତଥା ସାରା ଦେଶରେ ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ । ଜେଏସପି ଫାଉଣ୍ଡେସନ ଦ୍ଵାରା ଏହାର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ କରାଯାଉଥିବା ଆମର ସମସ୍ତ ସିଏସଆର କାର୍ଯ୍ୟକ୍ରମ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସମାନ୍ତରାଳ”। କାରୋନା ମହାମାରୀ ମୁକାବିଲାରେ ଦେଶର ବିଭିନ୍ନ ଦକତାରଖାନାକୁ ମେଡିକାଲ ଆକ୍ସିଜେନ ଯୋଗାଇବାରେ ଜେଏସପିର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵ ସମ୍ପର୍କରେ ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ହୋତା ଏକ ପ୍ୟାନେଲ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ସସ୍ଟେନିବିଲି ଷ୍ଟଲୱାର୍ଟ, ଷ୍ଟାର୍ଟ ଅପ୍ ଏବଂ ଏନଜିଓ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଭିନ୍ନ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।
ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ, କୃଷି, ଦକ୍ଷତା ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବହୁମୁଖୀ ସାମାଜିକ ବିକାଶ କାର୍ଯ୍ୟକ୍ରମ ଦ୍ଵାରା ଜେଏସପି ତିନି ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଓଡିଶା, ଛତିଶଗଡ, ଝାଡଖଣ୍ଡ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଜେଏସପି ଫାଉଣ୍ଡେସନ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି।
ନିକଟରେ ଜେଏସପିକୁ ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଦ୍ଵାରା ଦୁଇଟି ବର୍ଗରେ ଜାତୀୟ ସିଏସଆର ପୁରସ୍କାର ୨୦୨୦ର ବିଜେତା ଘୋଷିତ କରାଯାଇଛି |
Sign in
Sign in
Recover your password.
A password will be e-mailed to you.