କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଙ୍କ କାଶୀପୁର ବ୍ଲକ ର ଅଡାଜର ପଞ୍ଚାୟତର ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ପରଲାଜର ଆଉ ଛଟିଗୁଡା ଗ୍ରାମ ଜାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି |କିଛି ଦିନ ଧରି ଅଡାଜୋର ପଞ୍ଚାୟତରେ ଝାଡା ବାନ୍ତି ସ୍ଥିତି ସଙ୍ଗୀନ ସହ ସାତଜଣଙ୍କ ମୃତ୍ୟୁ ହେବା ନେଇ ଚର୍ଚ୍ଚା ପରେ ପ୍ରଶାସନ ତରଫରୁ ପାଣି ଟେଂକେର ଯୋଗାଇଦେଇଥିଲେ | ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପରତା ଦେଖେଇ ଗାଁ ଗାଁ ନଦୀ ନାଳ ପାର କରି ବିଭିନ୍ନ ସ୍ୱାସ୍ଥ୍ୟବସ୍ଥା ର ସୁଧାର ଆଣିବାରେ ଉଦ୍ୟମ ଜାରି ରହିଛି |ଆଜି ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ପରଲାଜର ଓ ଛଟିଗୁଡା ଗ୍ରାମ ଯାଇ ଝାଡା ବାନ୍ତିରେ ମୃତ୍ୟୁ ହୋଇଥିବା ପରିବାରଙ୍କୁ ରାସନ ସାମଗ୍ରୀ ସହ ସମବେଦନା ଜଣେଇଛନ୍ତି |ଆଜିର କାର୍ଯ୍ୟକ୍ରମରେ ଡମ୍ବରୁ ମାଝୀ, ସୀତାରାମ ସାହୁ, ଅଭିମନ୍ୟୁ ଗୌଡ଼, ବାବୁଲା ସାହୁ, ରଞ୍ଜିତ ନାଏକ, ଭ୍ରମର ଲାଲ ସାହୁ, ଦିଲୀପ ନାଏକ, କାର୍ତ୍ତିକ ବାଗ, ଉଦିତ ସିଂ ସହ କିଛି ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ଝାଡବାନ୍ତିରେ ମୃତ୍ୟୁ ହୋଇଥିବା ପାରିବାରଙ୍କୁ ସମବେଦନା ଜଣେଇଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post