ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ଦାବୀ କଲା କୋସଲ ଯୁବଶକ୍ତି

13

ପଶ୍ଚିମ ଓଡିଶାର ମହନା ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ବରଗଡ ଜିଲ୍ଲାପାଲ ଜରିଆରେ ମୂଖ୍ୟମଂତ୍ରିଂକୁ ଚିଠି ଲେଖି ଦାବୀ ଜଣାଇଛି କୋସଲବାଦି ଅନୁଷ୍ଠାନ କୋସଲ ଜୁବଶକ୍ତି । ସୂଚନାଜୋଗ୍ୟ ଯେ ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ରହୁଥିବା ଲୋକ ପଶ୍ଚିମ ଓଡିଶାକୁ ନୂଆଁଖାଇବାକୁ ଆସିଥାନ୍ତି ଏବଂ ପ୍ରାୟ ୧୫ ଦିନ ପୂର୍ବରୁ ପ୍ରସ୍ତୁତି ଚାଲିଥାଏ । ଲୋକେ ନିଜ ପରିବାର ସହିତ ଅନ୍ୟ ଉତ୍ସବ ସମୟରେ ଏକାଠି ସମୟ କାଟିବାକୁ ସମୟ ପାଇ ନଥାନ୍ତି ତେଣୁ ପରଂପରା ଦୃଷ୍ଟିରୁ ନୂଆଁଖାଇ ସହିତ ବାସି ଦିନ ମଧ୍ୟ ଛୁଟି ଦେବାକୁ ଦାବୀ କରାଯାଇଛି । କୋସଲ ଯୁବଶକ୍ତି ତରଫରୁ ଲାଲାଜି ଝାଂକର, ନରେଶ ରଣା, ସୁଜିତ ପାତ୍ର, ସୁରେଶ ଜୁଆଡି, ଦିଲିପ ସରାପ, କେଦାରନାଥ ସାହୁ, ମନୋରଂଜନ ସାହୁ, ଦିବ୍ୟରଂଜନ ସାହୁ, ବୀରସିଂ ବାହୁକ, ବିଷ୍ଣୁକେଶ ଦିଶ୍ରୀ ଆଦି ସଦସସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.