କ୍ରିଷ୍ଣା କୁ ହ୍ବିଳଚେୟାର ପ୍ରଦାନ କଲେ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ।

0

ପଦ୍ମପୁର(ଶାସକପ୍ରଶାସକ)-ସମାଜ ସେବା ତଥା ଅସହାୟଙ୍କୁ ସହଯୋଗ କରିବା କ୍ଷେତ୍ରରେ ଭୁବନେଶ୍ୱର କୁଳତା ସମାଜ କଲ୍ୟାଣ ସଂଗଠନ ସଦାସର୍ବଦା ଚର୍ଚ୍ଚାରେ ରହି ଆସିଛି । କେବଳ ଭୁବନେଶ୍ବରରେ ନୁହେଁ ରାଜ୍ୟର ଯେକୌଣସି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥାଏ ଏହି ସଂଗଠନ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ପଞ୍ଚାୟତ କଟଙ୍ଗପାଲି ଗାଁର କ୍ରିଷ୍ଣା ଚାନ୍ଦ ଜନ୍ମରୁ ଦିବ୍ୟାଙ୍ଗ । ସେ ନିଜେ ଏକାକି ଚଲାବୁଲା କରି ପାରନ୍ତି ନାହିଁ ।କାହାର ଜଣକ ସାହାରା ହେଲେ ଯାଏ ସେ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଯିବା ଆସିବା କରିଥାନ୍ତି ଏହି ଖବର ପାଇ ଭୂବନେଶ୍ୱର କୁଳତା ସମାଜ କଲ୍ୟାଣ ସଙ୍ଗଠନ ସହଯୋଗର ହାତ ବଢ଼ାଇ ଏକ ହ୍ବିଳଚେୟାର ପ୍ରଦାନ କରିଛି । ହ୍ବିଳଚେୟାର ପ୍ରଦାନ ସମୟରେ ସୁବାଷିନୀ ସେଠ,ସୁଧାଂଶୁ ଶେଖର ବାରିକ, ଡିଗ୍ରୀଧର ସାହୁ,ଔଷର ଚାନ୍ଦ, ମିଥିଲା ଚାନ୍ଦ, ଲଲିତ ଚାନ୍ଦ, ମନୋଜ କୁମ୍ଭାର,ଧବଳେଶ୍ବର ଚାନ୍ଦ, ଶ୍ବେତକୁମାର ଚାନ୍ଦ ଏବଂ ଗୋପବନ୍ଧୁ ସେଠ ଉପସ୍ଥିତ ଥିଲେ ।

Leave A Reply

Your email address will not be published.