ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଶୁଭ ଅବସରରେ ୨୦ଜଣ କବି ଦେଶାତ୍ମକବୋଧକ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସଙ୍ଗେ ଅଧ୍ୟକ୍ଷତା କରିଥିଲେ।
ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଏବଂ ଡ.କଲ୍ୟାଣୀ ମିଶ୍ର କବିତା ଗୁଡ଼ିକ ସଂଯୋଜନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବକ୍ତାମାନେ ଅମୃତ ମହୋତ୍ସବ ପାଳନର ତାତ୍ପର୍ଯ୍ୟ କହିବା ସଙ୍ଗେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରାଏହି ଆୟୋଜିତ ଏହି ମହତ୍ ସ୍ବତନ୍ତ୍ର ପ୍ରୟାସ ପ୍ରସଂଶନୀୟ କହିଥିଲେ।
Sign in
Sign in
Recover your password.
A password will be e-mailed to you.