ଶ୍ରାବଣ ର ଶେଷ ସୋମବାର ଅବସରରେ ରକ୍ତଦାନ ଶିବିର

0

ବାବାଙ୍କର ପୀଠ ରେ ୫୬ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ :- ଭକ୍ତି ଓ ସେବା ର ନିଆରା ପରମ୍ପରା , ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ନିଷ୍ଠା ପରିବାର ତରଫରୁ ଅଷ୍ଠଶମ୍ଭୁ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ଧାମ, ଗାଇସିମା, ବରଗଡ଼ ରେ ଶ୍ରାବଣର ଶେଷ ସୋମବାର ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ବାନୀତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା,ବିଡ଼ିଓ ଯୁଧିଷ୍ଠିର ମେହେର, ଜିଲ୍ଲା ପରିଷଦ ସଭ୍ୟା ମୀନାକ୍ଷୀ ପାଣ୍ଡେ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଫିତା କାଟି ଶିବିର କୁ ଶୁଭ ଉଦ୍ଘାଟନ କରିଥିଲେ। ମନ୍ଦୀରକୁ ଆସୁଥିବା ଶ୍ରଦ୍ଧାଳୁ-ଓ ଭକ୍ତ ଭକ୍ତ ମାନେ ବାବାଙ୍କ ଦର୍ଶନ କରିବା ସହ ନିଜେ ସ୍ବେଛାକୃତ ଭାବରେ ରକ୍ତ ଦାନ କରିଥିଲେ। ଗୋଟିଏ ସ୍ଥାନରେ ପ୍ରଭୂ ଙ୍କ ଆଶୀର୍ବାଦ ନେବା ସହ ରକ୍ତ ଦାନ ଭଳି ପୁଣ୍ୟ କାମ କରିବାର ସୁଯୋଗ ପାଇଥିବାରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ନିଷ୍ଠା ପରିବାର କୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି ଶିବିରରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୫୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଦୂର୍ବାଦଳ ଷଡଙ୍ଗୀ, ଖଗେଶ୍ବର ସାହୁ, ମଦନ ମୋହନ ଦାସ, ଜୟନ୍ତ ପ୍ରଧାନ, ଙ୍କ ସମେତ ନିଷ୍ଠା ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ରକ୍ତ ଦାତା,ସହଯୋଗୀ ଓ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ନିଷ୍ଠା ପରିବାର ର ସାଧାରଣ ସମ୍ପାଦକ ତଥା ସୁପରିଚିତ ସମାଜସେବୀ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।।

Leave A Reply

Your email address will not be published.