ରାୟଗଡରୁ ସରୋଜ କୁମାର ସାହୁ: ୬୮ତମ ବନ୍ୟଜନ୍ତୁ ସମ୍ପଦ ସପ୍ତାହ ୨୦୨୨ ପାଳନ ଅବସରରେ ରାୟଗଡ ସ୍ଥାନୀୟ ଜୟରାମଗୁଡା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ରାୟଗଡ ବନାଞ୍ଚଳ ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାୟଗଡ଼ରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ୭୩ଜଣ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ବିଭାଗ କରାଯାଇ (ବନ୍ୟଜନ୍ତୁଙ୍କ ସହ ସହାବସ୍ଥାନ) ବିଷୟ ବସ୍ତୁ ଉପରେ ଚିତ୍ରାଙ୍କନ କରିଥିବା ବେଳେ କନିଷ୍ଠ ବିଭାଗରେ ପଞ୍ଚମ ଶ୍ରେଣୀରୁ ସପ୍ତମ ଶ୍ରେଣୀର ୬୧ଜଣ ଛାତ୍ରଛାତ୍ରୀଙ୍କୁ (ବିହଙ୍ଗ ଓ ପରିବେଶ) ବିଷୟ ବସ୍ତୁ ଉପରେ ଚିତ୍ରାଙ୍କନ କରିବା ପାଇଁ ଦିଆଯାଇଥିଲା । ଏହି ପ୍ରତିଯୋଗୀତାକୁ ରାୟଗଡ ବନାଞ୍ଚଳ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦାସଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ସହଯୋଗିତାରେ ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା, ବନରକ୍ଷୀ ଶ୍ରୀମତୀ ପଦ୍ମାବତୀ ପାଢ଼ୀ, ଶ୍ରୀମତୀ ଶକୁନ୍ତଳା କଣ୍ଡାଗରୀ, ଶ୍ରୀ ଲିଙ୍ଗରାଜ ମିଶ୍ର, ସୁବାଷ ଶବର ଓ ଶ୍ରୀ ସନକ ରଏ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.