ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଟେବଲ ଟପ କର୍ମଶାଳା

0

   ବଲାଙ୍ଗିର:  ଜିଲ୍ଲାପାଳଙ୍କ କାର୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଟେବଲ ଟପ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ  ମରୁଡିର ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ସମସ୍ତ ବିଭାଗ ଉତ୍ତମ ସମନ୍ଵୟ ରଖି ପ୍ର।କୃତିକ ବିପର୍ଯୟର ମୁକାବିଲା କରିବାକୁ ପରାମର୍ଶ ଦେଇ ଥିଲେ । ଏହି କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ସୁଶାନ୍ତ କୁମାର ସିଂ ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ  ଶ୍ରୀ ସୁଦର୍ଶନ ସୋଏ  ଉପସ୍ଥିତ ଥିଲେ ।  ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନ। ପାଇଁ ଜିଲ୍ଲା ସ୍ତରରେ ପ୍ରାକ ପ୍ରସ୍ତୁତି ତଥା ବିପର୍ଯ୍ୟୟକାଳୀନ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ମରୁଡି ଓ ବନ୍ୟା ପରିସ୍ଥିତିର  ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିଭଳି ଭାବରେ କ୍ଷୟକ୍ଷତି କମାଇ ପାରିବେ ଏବଂ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।  ଜିଲ୍ଲା କୃଷି ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ଓ  ଜଳ ସେଚନ ବିଭାଗ  ଜିଲ୍ଲାର ସମ୍ଭାବ୍ୟ ମରୁଡି ମୁକାବିଲା ଉପରେ  ତାଙ୍କ ବିଭାଗର ଭୂମିକା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ଶ୍ରୀମତୀ ରୀନା କୁମାରୀ ନାଏକ  ବିପର୍ଯ୍ୟୟ ପରିଚାଳନା ପାଇଁ ଟେବଲ ଟପ କର୍ମଶାଳାର  ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି ଟେବଲ ଟପ କର୍ମଶାଳାରେ ଅଗ୍ନିଶମ, ପୋଲିସ ଓ ଓଡ୍ରାଫ ର କର୍ମଚାରୀ ମାନେ ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

          ସେହିପରି ଜିଲ୍ଲା ରେ ସମସ୍ତ ୧୪ ଟି ବ୍ଲକ ରେ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ବ୍ଲକ  ସ୍ତରୀୟ ଟେବଲ ଟପ କର୍ମଶାଳା ଆୟୋଜିତ ହୋଇଛି । ଏହି  ବ୍ଲକ ସ୍ତରୀୟ  କର୍ମଶାଳା ର ତଦାରଖ କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା  ଦାୟିତ୍ଵ ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.