ରାଜ ମିଡ଼ିଆର ପଞ୍ଚମ ସ୍ୱନକ୍ଷତ୍ର ଦିବସ ।

0

ଅସ୍ତରଙ୍ଗ : ରାଜ ମିଡିଆ ଓ ଲଷ୍ମୀ ଟେଲିଭିଜନ ତରଫରୁ ବୁଧବାର ଦିନ ଅସ୍ତରଙ୍ଗ ସ୍ଥିତ ଲଷ୍ମୀ କଲ୍ୟାଣମଣ୍ଡପ ଠାରେ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି । ପରିବେଶ ବିତ ଶୋଭାକର ବେହେରାଙ୍କ ସଭାପତିତ୍ୱରେ ଏହି ଉତ୍ସଵ କୁ ଆଗନ୍ତୁକ ଅତିଥି ମାନେ ପ୍ରଦୀପ ପ୍ରଜୋଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କର ଯାଇଥିଲା । ସମ୍ମାନିତ ଅତିଥି ଭାବେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ସୁଂଜ୍ଞାନଚୌଧୁରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଥିଲେ ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ବାଧୀନକୁମାର ନୟକଓ ମୁଖ୍ୟ ଅତିଥି ଥିଲେ ସମାଜ ସେବି ଶ୍ରଦ୍ଧାଞ୍ଜଳି ରାୟ ।ପ୍ରାରଂଭ ରେ ରାଜ୍ ମିଡ଼ିଆର ନିର୍ଦେଶକ ରାଜେଶ କୁମାର ମହାନ୍ତି, ତାଙ୍କର ସଂଗଠନ ଉପରେ ନିଜର ମତରଖି, ଗଲା ପାଞ୍ଚ ବର୍ଷ ଭିତରେ, ରାଜ ମିଡ଼ିଆ, କିପରି ଖବର ପ୍ରସାରଣ କରି ସାଧାରଣ ଜନତାଙ୍କର ନିକଟତର ହୋଇ ପାରିଅଛି ସେ ବିଷୟରେ ଟିପଣି ରଖିଥିଲେ । ଅତିଥି ମାନେ ସାମ୍ବାଦିକ ମାନଙ୍କର ବିଭିର୍ଣ ସମସ୍ୟା ଓ ତାହାର ନିରାକରଣ,ସତ୍ୟ ଖବର ପ୍ରସାରଣ,ସାମ୍ବାଦିଙ୍କ ଙ୍କ ଏକତା ,ସହ ସାମ୍ବାଦିକ ମାନେ ନିର୍ଭୀକ ହୋଇ, ସତ୍ୟ ଖବର ପ୍ରସାରଣ କରି ସମାଜକୁ ନୂତନ ଦିଗଦର୍ଶନ ଦେବାକୁ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ପରାମର୍ଶ ଦେଇଥିଲେ ।ଏହି ସମାବେସରେ, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନୟକ ଙ୍କୁ ସାମ୍ବାଦିକ ଗୋୖରବ ସମ୍ମାନରେ ସମ୍ମାନିତ କରା ଯାଇଥିଲା ବେଳେ ନିଉଜ ସେଭେନ ର ଉପ ବୁରେ ମୁଖ୍ୟ ଲଲାଟେନ୍ଦୁ ପଲାଉରୀ, ପ୍ରସାର ଖୁଣ୍ଟିଆ,ନିରଞ୍ଜନ ଦାସ,ଲୋକନାଥ,ସ୍ଵାଇଁ, ସମୀର କର ଆସିନ ମହାନ୍ତି ଆଦି ସାମ୍ବାଦିକଙ୍କୁ ବି ସମ୍ମାନିତ କରା ଯାଇଥିଲା । ସେହିପରି ସମାଜସେବୀ, ସବିତା ପୃଷ୍ଟି , ଶିକ୍ଷାବିତ୍,ଚିତ ରଂଜନ ବିଶ୍ୱାଳ,ସହ ପ୍ରଶାସନିକ ଅଧକାରୀ, କୃଷକଙ୍କୁ ମିଶାଇ ବିଭିର୍ଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫୦ରୁ ଉର୍ଦ୍ଧ୍ବ ପତିଭା ଙ୍କୁ ସମ୍ମାନିତ କରା ଯାଇଥିଲା ଓ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ପୁରୀ ଜିଲ୍ଲା ସଭାପତି ଶରତ ପରିଡା,ସସ୍ମିତା ଦାସ,ଲଲାଟେନ୍ଦୁ ମିଶ୍ର ଆଦି ଅତିଥି ଭାବେ ଯୋଗଦେଇ,ସାମ୍ବାଦିକ ତଥା ସମାଜରେ ଗଣମାଧ୍ୟମର ଭୂମିକା ଉପରେ ନିଜନିଜର ମତ ରଖିଥିଲେ ।ଏହି ସମାବେଶରେ ରାଜ୍ୟର ବିଭିର୍ଣ ପ୍ରାନ୍ତରୁ ବହୁ ସାମ୍ବାଦିକ , ବୁଦ୍ଧିଜୀବି ଆଦି ଯୋଗ ଦେଇଥିଲା ବେଳେ, ଉତ୍ସଵ ପରିଚାଳନା କରିଥିଲେ ବରିଷ୍ଟ ସାମ୍ବାଦିକ ଦୁଃଶାସନ ନୟକ ଓ ରାଜ ମିଡ଼ିଆର ସହଯୋଗୀ ମାନେ ।

Leave A Reply

Your email address will not be published.