ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜିର ସମୟରେ ନିଶା କାରବାର ଗାଁ ଗହଳିରେ ମହାମାରୀ ସଦୃଶ ମାଡ଼ି ଗଲାଣି, ପ୍ରାୟତଃ ପ୍ରତ୍ୟେକ ଗାଁ ରେ ଚୋରା ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଖୁଲମଖୁଲା ବିକ୍ରି ହେଉଥିବା ଦେଖାଯାଉଛି । ଏମାନଙ୍କ ମଧ୍ୟରୁ ଅନେକ ବ୍ୟବସାୟୀ ଥରେ ଅବକାରୀ ବିଭାଗ କିମ୍ବା ପୋଲିସ ଦ୍ବାରା ଗିରଫ ହୋଇ ଜାମିନ ରେ ଆସି ନିଜକୁ ଜଣେ ଜଣେ ସ୍ବୀକୃତି ପ୍ରାପ୍ତ ନିଶା ବ୍ୟବସାୟୀ ବୋଲି ପରିଚୟ ଦେଉଛନ୍ତି । ଜନସାଧାରଣ ଙ୍କ ନିକଟରେ ପ୍ରଚାର କରୁଛନ୍ତି ଯେ, ଉଭୟ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ମାନଙ୍କ ସହିତ ଆମର ସେଟିଙ୍ଗ ହୋଇ ଯାଇଛି | ଆମର ଆଉ କେହି କେଞ୍ଚିଲା ବାଲା ନାହାନ୍ତି…! ଗତ ୨୩ ତାରିଖ ସନ୍ଧ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ୟୁନିଟ, ତିର୍ତ୍ତୋଲ ଅବକାରୀ ବିଭାଗ ଏବଂ ତିର୍ତ୍ତୋଲ ପୋଲିସ ର ମିଳିତ ପେଟ୍ରୋଲିଂ ସମୟରେ ପ୍ରଥମେ ଆମ୍ବେରୀ ପଞ୍ଚାୟତ ଅରିଲୋ ହାଟ ନିକଟ କେନାଲ ବନ୍ଧ ନିକଟରେ ଥିବା ଏକ ଭେରାଇଟି ଷ୍ଟୋର ରେ ଚଢାଉ ସମୟରେ ୪.୬୮୦ ଲିଟର ବିଦେଶୀ ମଦ ଏବଂ ୭.୮୦୦ ଲିଟର ବିୟର ଜବତ କରିବା ସହିତ, ଉତ୍କ ଷ୍ଟୋରର ମାଲିକ ଜ୍ୟୋତିକାନ୍ତ ଦାସ ପିତା – ରଘୁନାଥ ଦାସ କୁ ଗିରଫ କରିଥିଲେ | ଜ୍ୟୋତିକାନ୍ତ ଗତ ୬ ମାସ ତଳେ ଚୋରା ମଦ, ଗଞ୍ଜେଇ ବ୍ୟବସାୟ କରୁଥିବା ଯୋଗୁଁ ତିର୍ତ୍ତୋଲ ଅବକାରୀ ବିଭାଗ ଦ୍ବାରା ଗିରଫ ହୋଇ ଜାମିନ ରେ ଆସିବା ପରେ ଖୁଲମଖୁଲା ନିଶା ଦ୍ରବ୍ୟ ବିକ୍ରୟ କରୁଥିଲା | ଆଶ୍ଚର୍ଯ୍ୟ ର ବିଷୟ ସ୍ବାମୀ ଜ୍ୟୋତିକାନ୍ତ ଗିରଫ ହୋଇ ଜେଲରେ ଥିବା ସମୟରେ ସ୍ତ୍ରୀ ମନସ୍ବିନୀ ଦାସ କିନ୍ତୁ ଚଳାଇଥିଲା ଖୁଲମଖୁଲା ମଦ ବ୍ୟବସାୟ, ସତେ ଯେମିତି ଏହି ମଦ ବ୍ୟବସାୟ ଟି ସେମାନଙ୍କ ପୈତୃକ ଖାନଦାନୀ ବ୍ୟବସାୟ, ସ୍ବାମୀ ଗିରଫ ହେବାର ଖବର ବିଭିନ୍ନ ଖବରକାଗଜରେ ପ୍ରସାରଣ ପ୍ରସାରଣ ହେବା ପରେ ସ୍ଥାନୀୟ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଧମାକାଇବା କୁ ବି ପଛାଇ ନଥିଲା ମନସ୍ଵିନୀ | ଆଜି ସକାଳୁ ତିର୍ତ୍ତୋଲ ଅବକାରୀ ବିଭାଗ ଏବଂ ତିର୍ତ୍ତୋଲ ପୋଲିସ ମିଳିତ ଚଢାଉ କରି ୨୦,୮୦୦ ଲିଟର ବିୟର ଜବତ କରିବା ସହିତ ମନସ୍ଵିନୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପକ୍ଷରେ ତିର୍ତ୍ତୋଲ ଅବକାରୀ ଥାନା ଅଧିକାରୀ ବଳରାମ ଦାସ ଙ୍କ କହିବା ଅନୁସାରେ ତିର୍ତ୍ତୋଲ ପୋଲିସ ଙ୍କ ସହଯୋଗରେ ଏଭଳି ଚଢାଉ ସଫଳ ହୋଇପାରିଛି । ଉଭୟ ତିର୍ତ୍ତୋଲ ଅବକାରୀ ବିଭାଗ ଏବଂ ଥାନା କର୍ମଚାରୀ ଙ୍କ ମିଳିତ ଚଢାଉକୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହିତ ମତାମତ ରଖୁଛନ୍ତି ଯେ, ବାରମ୍ବାର ଏଭଳି ଚଢାଉ ଜାରି ରହିଲେ ଗ୍ରାମାଞ୍ଚଳରେ ହେଉଥିବା ଚୋରା ନିଶା କାରବାର ଅନେକ ମାତ୍ରାରେ ବନ୍ଦ ହେବା ସହିତ ଅଞ୍ଚଳବାସୀ କିଛି ମାତ୍ରାରେ ନିଶାମୁକ୍ତି ହେବାରେ ମଧ୍ୟ ସହାୟକ ହୋଇ ପାରିବ l
Sign in
Sign in
Recover your password.
A password will be e-mailed to you.