ଏସ.ଟି.ଏଫ ଚଢ଼ଉ ବେଳେ ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ।

0

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର-ପାଇକମାଲ-ନୂଆପଡ଼ା ବିଜୁଏକ୍ସପ୍ରେସ ରୋଡ଼ ପାଇକମାଲ ଠାରୁ ୧୫କିମି ଦୂରତା ସାହିପଲ୍ଲା ଠାରେ ପୂର୍ଵଯୋଜନା ମୁତାବକ ଗ୍ରାହକ ରୂପେ ସ୍ପେଶାଲ ଟାସ୍କ ଫୋର୍ସ ଦଳ ଜଗି ବସିଥିଲେ।ସେଠାରେ ବନ୍ୟଜନ୍ତୁ ନେଇ ଏକ ଡିଲ ହୋଇଥିଲା।ଏହି ଚୁକ୍ତି ମୁତାବକ ସାହିପଲ୍ଲା ଗ୍ରାମ ନିକଟସ୍ତ ଗୁର୍ଜିଭଟା ଗ୍ରାମ ର ଅଭିଯୁକ୍ତ ବିକ୍ରମ ମାଝୀ ପିତା-ସୁବର୍ଣ୍ଣ ମାଝୀ ବଜ୍ରକାପ୍ତା କାତି ନେଇ ସେମାନଙ୍କୁ ଦେଖାଇଥିଲା।ସାହିପଲ୍ଲା ନୂଆପଡା ରେଞ୍ଜ ହୋଇଥିବାରୁ ଅଭିଯୁକ୍ତ କୁ ଖଡ଼ିଆଳ ବନ ଖଣ୍ଡ ବିଭାଗ କୁ ହସ୍ତାନ୍ତର କରିଛନ୍ତି।ବନ୍ୟ ଜନ୍ତୁ ସୁରକ୍ଷା ଆଇନ୧୯୭୨ ଧାରା ରେ ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡିଛି।ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ବହୁ ପରିମାଣରେ ହେଉଥିବା ବେଳେ ଏହାର ସୁରକ୍ଷା ନିତାନ୍ତ ଆଵଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

Leave A Reply

Your email address will not be published.