ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗନ୍ଧନ ଠାରେ ଯୁବ ବିଜେଡ଼ି ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲା ଉପସଭାପତି ପ୍ରଦିପ୍ତ ସ୍ବାଇଁ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ବାଇଁ ଯୋଗଦେଇ ଏହି ଶିବିରକୁ ଉଦ୍ ଘାଟନ କରିଥିଲେ l ଏହି ଶିବିରରେ ୩୩ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିବା ବେଳେ ଉଶ୍ଚାହି ଯୁବକ ମାନେ ସହଯୋଗ କରିଥିଲେ l
“ରକ୍ତଦାନ ଏକ ମହତ ଦାନ, ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ” ବୋଲି ଏହି ରକ୍ତଦାନ ଶିବିର ର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ନାଉଗାଁ ବ୍ଲକ୍ ଅଧ୍ୟକ୍ଷା ତ୍ରୁସ୍ନା ଲେଙ୍କା ,ସାଂସଦ ଙ୍କ ପ୍ରତିନିଧି ଅଭୟ ମହାନ୍ତି ,ଵରିଷ୍ଠ ବିଜେଡ଼ି ନେତା ଦିଲ୍ଲୀପ ଲେଙ୍କା, ବ୍ଲକ୍ ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢ଼ୀ ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗଦେଇ ଥିଲେ l
Sign in
Sign in
Recover your password.
A password will be e-mailed to you.