ସୁବର୍ଣ୍ଣପୁର( ପ୍ରକାଶ ହାତୀ) ସୋନପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ରାଧାକାନ୍ତ ଗଡ଼ତ୍ୟା, ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ସାହୁ, ଏମ ଭି ଆଇ ଲୋକନାଥ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ବିଭାଗୀୟ ଅଧିକାରୀ, ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ପରିଚାଳନା ଉପରେ ଆଲୋଚନା କରିଥିଲେ l ବିଶେଷ ଭାବେ ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଯାନବାହାନ ଗୁଡିକ ମୋଟର ଯାନ ଆଇନ ମୁତାବକ ବ୍ୟବସ୍ଥିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ମିଞ୍ଜ ପରାମର୍ଶ ଦେଇଥିଲେ l ନାବାଳକ ଛାତ୍ର ଛାତ୍ରୀ ଙ୍କ ଗାଡିଚାଳନା ଉପରେ ଆବଶ୍ୟକ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା l ୧୬ ବର୍ଷ ର ଛାତ୍ର ଛାତ୍ରୀ ସ୍କୁଟି ଚାଳନା କରି ପାରିବେ,ମାତ୍ର ଏଥି ନିମନ୍ତେ ଡ୍ରାଇଭିଂଗ ଲାଇସେନ୍ସ ଦରକାର l ସେହିପରି ୧୮ବର୍ଷ ରୁ ଉର୍ଦ୍ଧ ବୟସର ଛାତ୍ର ଛାତ୍ରୀ ଗୀୟର ଗାଡି ଚଳାଇ ପାରିବେ ଓ ଏଥି ନିମନ୍ତେ ମଧ୍ୟଗାଡି ଲାଇସେନ୍ସ ଅପରିହାର୍ଯ୍ୟ ରହିଛିl ଛାତ୍ର ଛାତ୍ରୀ ଗାଡି ଚାଳନା କୁ ଅଭିଭାବକ ସହ ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ନିମନ୍ତେ ସ୍କୁଲ ଓ ମହାବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି l ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ରେ ସୂଚନା ଫଳକ ଓ ସ୍ପିଡ଼ ବ୍ରେକର ଲଗାଇବାକୁ ଅଧିକାରୀ ଙ୍କୁ ପରାମର୍ଶ ଦେବାକୁ ବୈଠକରେ ଆଲୋଚନା ଜରାଯାଇଛି l ଏତଦ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ଉପରେ ଗୁରୁତ୍ଵାରୋପ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମିଞ୍ଜ l
Sign in
Sign in
Recover your password.
A password will be e-mailed to you.