ଭଞ୍ଜନଗର/ନିଲୁ ବିଷୋୟୀ : ସ୍ବେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ” ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଭଞ୍ଜନଗର ବ୍ଲକ ସ୍ଥିତ ବାହାଡ଼ାପଦର ଉଛ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ୫୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। କାଯ୍ୟକ୍ରମରେ ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ, ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ଜଗବନ୍ଧୁ ଜେନା, ଥାନାଧିକାରୀ ଧୀରେଶ କୁମାର ଦାସ, ସାମାଜିକ କର୍ମୀ ଶୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇ ବିପଦର ବନ୍ଧୁର ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ଏଭଳି ଉଦ୍ୟମ କୁ ପ୍ରଶଂସା କରିଥିଲେ। ଏହି ଶିବିରରେ ମୋଟ ମୋଟ ୧୬୯ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ପରଳ ରୋଗୀ ୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ କଳା ମୋତିଆ ବିନ୍ଧୁ ଚିକିତ୍ସା ୫୨ ଜଣଙ୍କ କରାଯାଇଛି। ୮ ଜଣଙ୍କୁ ଚଷମା ପ୍ରଦାନ ଓ ସର୍ଜରୀ ଚିକିତ୍ସା ପାଇଁ ୫୦ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଶଙ୍କର ଚକ୍ଷୁ ହସ୍ପିଟାଲ ନିଆଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼,ସୁନୀଲ ମହାନ୍ତି,ସାଗର ମହାନ୍ତି,ପାୟଲ,ଭାରତୀ,ରାମ ସାହୁ ପ୍ରମୁଖ ଚକ୍ଷୁ ପରୀକ୍ଷଣ କରିଥିଲେ । ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଅରକ୍ଷିତ ପରିଛା,ପ୍ରଦୀପ ଜେନା,ପ୍ରଣୟ ରଞ୍ଜନ ଦାଶ, ସିପୁନ ପାତ୍ର, ଜିତେନ୍ଦ୍ର ଦୋରା, ବିକ୍ରମ ପଣ୍ଡା,ପ୍ରିୟଙ୍କା ଦୋରା, ଶାନ୍ତିଲତା ପ୍ରଧାନ,ଶୁଭମ ପ୍ରଧାନ, ଖଦାଳ ବିଷୋୟୀ,ଉମା ଶଙ୍କର,ସୁଶାନ୍ତ ଦିଗାଲ, ଶରତ ଜେନା,ଶାନ୍ତନୁ ଭୂୟାଁ, ପପୁ ପାତ୍ର,ଗୋବିନ୍ଦ ବିଷୋୟୀ,ଗୌରୀ ଶଙ୍କର ପରିଡା,ଶିବରାମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତ ରୋଗୀ ଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଔଷଧ ଯୋଗାଇ ଦିଆଯାଇ ଥିବା କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.