ଓଡ଼ିଶା-ମୋ ପରିବାର ସହାୟତାରେ କେରଳରୁ ଓଡ଼ିଶା ଫେରିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର

0

ଭୁବନେଶ୍ୱର, : ଗଞ୍ଜାମ ଜିଲ୍ଲା ବଡ଼କୋଦଣ୍ଡାର ୨୨ ବର୍ଷୟ ଯୁବକ ଭିକାରୀ ନାୟକ କେରଳରେ ରହି ଦିନ ମଜୁରିଆଭାବେ କାମ କରୁଥିଲେ। ସେଠାରେ ଏକ ନିର୍ମାଣଧୀନ କୋଠାରେ କାମ କରୁଥିବାବେଳେ କାନ୍ଥ ଭୁସୁଡ଼ି ପଡ଼ିବାରୁ ତାଙ୍କର ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଭିକାରୀଙ୍କୁ ନିକଟସ୍ଥ ତ୍ରିଶୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଗତ ୧୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା | ତେବେ ମୃତ ଦେହକୁ କିପରି ନିଜ ଗାଁକୁ ଫେରାଇ ଆଣିବେ ଅସହାୟ ପରିବାର ଲୋକେ ଓଡ଼ିଶା-ମୋ ପରିବାରର ସହାୟତା ଲୋଡ଼ିଥିଲେ । ଓଡ଼ିଶା-ମୋ ପରିବାର ତତକ୍ଷଣାତ୍ ମୃତ ଦେହକୁ ବିମାନ ଯୋଗେ କେରଳରୁ ଓଡ଼ିଶା ଫେରାଇ ଆଣିବାକୁ ପଦକ୍ଷେପ ନେଇଥିଲା । ଭିକାରୀଙ୍କ ମୃତ ଦେହ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ଏକ ଆମ୍ବୁଲାନସ୍ ର ବ୍ୟବସ୍ଥା କରି ମୃତ ଦେହକୁ ତାଙ୍କ ଗାଁ ବଡ଼କୋଦଣ୍ଡାକୁ ପଠାଇଦେଇଥିଲେ।

Leave A Reply

Your email address will not be published.