ଜାତୀୟ କ୍ୱାନକି ଡୋ ଚାମ୍ପିଅନସିପରେ ସୁନ୍ଦରଗଡ ଜିଲ୍ଲାର ସଫଳତା ।

0

ରାଉରକେଲା/ବଣାଇଗଡ(ବସନ୍ତ କୁମାର ଜେନା);ଗୋଆ ସ୍ଥିତ ଡନ ବସ୍କୋ ସ୍କୁଲ ରେ ତୃତୀୟ ଜାତୀୟ କ୍ୱାନ କି ଡୋ ଚାପିଅନ ସିପ ଉଦଯାପିତ ହୋଇଯାଇଅଚ୍ଛି । ଏହି ଚାମ୍ପିଅନ ସିପ ରେ କ୍ବାନ କି ଡୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ୧୮ ଟି ରାଜ୍ୟ ରୁ ମୋଟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ଚାମ୍ପିଅନ ସିପ ରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ତଥା ଜାତୀୟ ରେଫରୀ ବିଶ୍ୱଜିତ୍ ବାରିକ ଏବଂ ଦଳ ପରିଚାଳକ ଜେନାମଣି ବେହେରା ଙ୍କ ତତ୍ତ୍ୱାବଧାନରେ ସୁନ୍ଦରଗଡ଼ ଜିଲ୍ଲା ର ୩ ଜଣ ପ୍ରତିଯୋଗୀ ଜାତୀୟ କ୍ୱାନ୍ କି ଡୋ ଚାମ୍ପିଅନସିପ ରେ ଅଂଶ ଗ୍ରହଣ କରି ୧ ଟି ରୋପ୍ୟା ଏବଂ ୩ ଟି କାଂସ୍ୟ ପଦକ ହାସଲ କରିଛନ୍ତି .୧୨ ବର୍ଷ ବାଳକ ବିଭାଗରେ ଶିବମ କୁମାର ସାହୁ କାଂସ୍ୟ ପଦକ,୧୪ ବର୍ଷ ବାଳକ ବିଭାଗରେ ଶ୍ରେୟସ୍ ସ୍ୱରୂପ ସାହୁ, କାଂସ୍ୟ ପଦକ ଏବଂ ୧୭ ବର୍ଷ ବାଳିକା ବିଭାଗରେ ଟ୍ୱିଙ୍କିଲ ବେହେରା ଫାଇଟ ଏବଂ କ୍ଵାନ ରେ ରୋପ୍ୟ ଏବଂ କାଂସ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ କୁ ଗୌରବ ଆଣିଛନ୍ତି ,ଏହି କୃତୀ ଛାତ୍ର ଓ ଛାତ୍ରୀ ଙ୍କୁ କ୍ବାନ୍ କି ଡୋ ଆସୋସିଏସନ୍ ଓଡିଶା ର ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ଵାଳ ଏବଂ ସୁନ୍ଦରଗଡ଼ ଜିଲ୍ଲା କ୍ଵାନ୍ କି ଡୋ ଆସୋସିଏସନ୍ ର ସଭାପତି ବିଷ୍ଣୁ ଚରଣ ବାରିକ୍ ପୁଷ୍ପ ଗୁଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.