ବନ ବିଭାଗର ଚଢ଼ାଉ: ମୂଲ୍ୟବାନ ଶାଗୁଆନ ଓ ଶାଳ ଲଗ୍ ଜବତ

0

ନୂଆଗାଁ/ ସୁବ୍ରତ ପରିଡା : ନୟାଗଡ ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ମହିପୁର ବନ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ମୂଲ୍ୟବାନ ଶାଗୁଆନ ଓ ଶାଳ ଲଗ୍ ଜବତ କରିଛି। ସୂଚନା ଅନୁଯାୟୀ ନୟାଗଡ ବନଖଣ୍ଡ ଅଧିକାରୀଣୀ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ସ୍କ୍ଵାର୍ଡ ସଦସ୍ୟ ଙ୍କ ସହଯୋଗ ରେ ମହିପୁର ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ,ଫରେଷ୍ଟର ମହିପୁର କାଣିଗିରି ଫରେଷ୍ଟ ଗାର୍ଡ ଏବଂ ବନବିଭାଗ କର୍ମଚାରୀ ଙ୍କୁ ନେଇ ଚଢ଼ାଉ କରି କୋସାକଟା ଗ୍ରାମ ମଧ୍ୟରୁ ଗୁରୁବାରି ପ୍ରଧାନ ଙ୍କ ବାରିପଟୁ ୩୦ ହଜାର ଟଙ୍କାର ଶାଗୁଆନ କାଠ ଜବତ କରିବା ସହ ୪ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ସେହିପରି ମହିତମା ଫରେଷ୍ଟର ରାକେଶ କୁମାର ସାହୁ କୌଣସି ସୂତ୍ରରୁ ଖବର ପାଇ ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୮ ଟି ଶାଳ ଲଗ୍ ଜବତ କରିଥିଲେ।ଚଢ଼ାଉ ସମୟରେ ସ୍କ୍ଵାର୍ଡ ସଦସ୍ୟ ଏବଂ ବନରକ୍ଷୀ ସୁଧାକର ସାହୁ ସାମିଲ ଥିଲେ।ତେବେ ବନ ବିଭାଗ ର ଏଭଳି ଚଢ଼ାଉ କୁ ଜନ ସାଧାରଣ ରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.