ଭୁବନେଶ୍ୱର : ମହିଳା ବିଜିନେସ ମେଳାରେ ଯୋଗ ଦେବାକୁ ଓଡିଶା ଆସିଥିବା ବଲିଉଡ ଅଭିନେତା ତଥା ଜଣାଶୁଣା ମଡେଲ ଅର୍ଜୁନ ରାମପାଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି | ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଅର୍ଜୁନଙ୍କୁ ଓଡ଼ିଶାର ଜର୍ସି ପ୍ରଦାନ କରିବା ସହ ଓଡ଼ିଶାର ଐତିହ ଓ ପ୍ରାକୃତିକ ସମ୍ପଦ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ନେବା ପାଇଁ ଉତ୍ସାହିତ କରିଥିଲେ | ସାକ୍ଷାତ ସମୟରେ ଅର୍ଜୁନଙ୍କ ସହ ମହିଳା ଉଦ୍ୟୋଗୀ ସୁକୃତି ପଟ୍ଟନାୟକ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.