ନିଶ୍ଚିନ୍ତକୋଇଲି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍‌ଯାପିତ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଓ ସମାଜସେବାମୂଳକ ଶାସନରେ ଅନୁପ୍ରାଣିତ ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମ ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦୀର୍ଘ ୧୨ଦିନ ଧରି କଟକ ଚାନ୍ଦବାଲି ରାସ୍ତା ପାର୍ଶ୍ୱ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଅନୁଷ୍ଠିତ ହୋଇ ଆସୁଥିଲା । ଫଳରେ ବହୁ ବାଟୋଇ ଭାଇମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବା ଥକ୍କା ମେ ।ଇବା ପାଇଁ ମନ୍ତ୍ରୀ ଶ୍ରୀ ଜେନାଙ୍କ ଆହ୍ୱାନ କ୍ରମେ ନିଶ୍ଚିନ୍ତକୋଇଲି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଦହି, ଲେମ୍ବୁ, ଚିନି ଓ ଲୁଣ ମିଶ୍ରିତ ସରବତ୍ ପାଣି ପିଇ ନିଜର ତୁଷା ମେଂଟାଇ ଆସୁଥିଲେ । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷା ଯୁବନେତା ଅଶୋକ କୁମାର ଓଝା, ବିଜୁ ଜନତା ଦଳ ବ୍ଲକ ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ,ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କିଶୋର କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ,ସମାଜସେବୀ ଜ୍ଞାନରଂଜନ ଦାସ,ତପନ ଦାଶ, ବ୍ରଜମୋହନ ପଣ୍ଡା,ଜ୍ଞାନରଂଜନ ରାଉତ,ଅନ୍ନଦାପ୍ରସାଦ ନାୟକ,ବିଭୂତିଭୂଷଣ ଦାସ,ପ୍ରମୋଦ ସ୍ୱାଇଁ,ଅନିଲ ଭୂୟାଁ,ଯୁବ ସଭାପତି ଆନନ୍ଦ ଦାସ,ଛାତ୍ର ସଭାପତି ସତ୍ୟଜିତ୍ ମହାପାତ୍ର,କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ,ଛାତ୍ର ଜିଲ୍ଲା ସମ୍ପାଦକ ଶୁଭାଶିଷ ପାଣ୍ଡେ,ସୋସିଆଲ ମିଡ଼ିଆ ସଂଯୋଜକ ଏମଡ଼ି ଅମିନ ଖାନ୍‌,ସୁଶାନ୍ତ ରାଉତ,ଶୁଭମ୍ ଦାସ,ଅମୂଲ୍ୟ କୁମାର ମଲିକ,ବୁବୁ ସାହୁ,ରୁଦ୍ର ମହାନ୍ତି,ଶିବାନୀ ଶଙ୍କର ଦାସ,ଆଶିଷ କୁମାର ସାହୁ,ଅମ୍ରାନ ଖାନ୍‌, ପଦ୍ମନାଭ ତ୍ରିପାଠୀ,ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ବାଟୋଇମାନଙ୍କୁ ଦହିପାଣି ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଜୁ ଜନତା ଦଳର କର୍ମୀ,ସରପ ,ସମିତିସଭ୍ୟ, ବରିଷ୍ଠ ନାଗରିକ , ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଲୋକମାନଙ୍କୁ ଦହି ସରବତ ପାଣି ବଂଟନରେ ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ କର୍ମୀଙ୍କ ସହଯୋଗରେ ଆୟୋଜିତ ଏଭଳି ମହତ୍ କାର୍ଯ୍ୟକ୍ରମକୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.