ସ୍ୱାଧୀନତା ଦିବସ ପ୍ରସ୍ତୁତିକୁ ଦିଆଯାଊଚ୍ଥି  ଚୁଡାନ୍ତ ରୂପ ।

0 1

ଯାଜପୁର, (ଜୟଶଙ୍କର ଦାଶ ) ଯାଜପୁର ଜିଲ୍ଲା  ସ୍ତରୀୟ ୭୨ ତମ ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗଦେବେ ।  ସ୍ୱାଧୀନତା ଦିବସ ଦିନ ପୂର୍ବାହ୍ନ ଘ. ୯.୧୫ ମିନିଟ ସମୟରେ ଶ୍ରୀ ପାତ୍ର ଯାଜପୁର ଜିଲ୍ଲା  ସ୍କୁଲ ପଡିଆ ଠାରେ ଆନୁଷ୍ଠାନିକ  ଜାତୀୟ ପତାକା ଊତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ, ଅଭିଭାଷଣ ପ୍ରଦାନ ସହ ପୂର୍ବରୁ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତା ଓ ପ୍ୟାରେଡ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ।  ପୁରସ୍କାର ସହ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଚାରା ପ୍ରଦାନ କରାଯିବ ।  ପରେ ବିଭିନ୍ନ ଶିକ୍ଷାନୁସ୍ଥାନ  ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧ ସମ୍ୱଳିତ ନୃତ୍ୟ ପରିବେଷଣ କରାଯିବ ।  ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ, ୨୦୧୮ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ୱର ହାସଲ କରିଥିବା ବିଦ୍ୟାର୍ଥୀ ଇତ୍ୟାଦିଙ୍କୁ ସମ୍ମାନିତ କରାଯିବ ।  ପରେ ମୁଖ୍ୟ ଅତିଥି ଯାଜପୁର ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ, ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ , କୁଷ୍ଠାଶ୍ରମ  ଓ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ  ବଣ୍ଟନ କରିବେ ।  ପୂର୍ବାହ୍ନ ଘ. ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଗାନ୍ଧି ଚ୍ଥକ ଠାରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।  ପ୍ୟାରେଡକୁ ଆକର୍ଷଣୀୟ ଭାବେ କରିବାକୁ ତିନି ଦିନିଆ ଅଭ୍ୟାସ ପ୍ୟାରେଡ ସୋମବାର ଶେଷ ହୋଇଚ୍ଥି ।  ୬ଷ୍ଠ ରୁ ଅଷ୍ଟମ, ନବମ, ଦଶମ, ମହାବିଦ୍ୟାଳୟ ସ୍ତରର ପ୍ଳାଟୁନ ଏବଂ ଏନ୍.ସି.ସି. ସ୍କାଊଟ ଗାଇଡ ଇତ୍ୟାଦିରେ ପୁରସ୍କାରର ବ୍ୟବସ୍ଥା ଥିବାରୁ ସମସ୍ତ ପ୍ଲାଟୁନ  ମାନେ ନିଜ ପ୍ରଦର୍ଶନ ପାଇଁ ବେଶ ଉତ୍ସାହିତ  ଅଚ୍ଥନ୍ତି ।  ସ୍ୱାଧୀନତା ଦିବସ ଅବସରରେ ସମସ୍ତ ସରକାରୀ, ବେସରକାରୀ କାଯ୍ୟାଳୟ, ସାଧାରଣ ଜନତାଙ୍କ ଗୃହ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଚ୍ଥି ।  ସର୍ବୋପରି ସ୍ୱାଧୀନତା ଦିବସକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥାକୁ ପ୍ରଶାସନ ଚୁଡାନ୍ତ ରୂପ ଦେଊଚ୍ଥି ।

 

Leave A Reply

Your email address will not be published.