ଅବକାରୀ ଚଢ଼ାଉ : ଚାରିକ୍ୱିଣ୍ଟାଳ ଗଂଜେଇ ଜବତ ତିନିଜଣ ଗିରଫ

0

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାରେ ଗଂଜେଇ ଚୋରା ଚାଲାଣ ରୋକିବା ନିମନ୍ତେ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ପରେ ଏବଂ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ଶ୍ରୀମତି ନିନା ବେଉରା ଏକ ଟିମ ଗଠନ କରି କାଶୀପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ସିଂଦେରପଦର ଗ୍ରାମରେ ଆଜି ଭୋର ୫ ବେଳେ ଅତର୍କିତ ଭାବରେ ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୫ କି.ଗ୍ରାମ ଗଂଜେଇ ଜବତ କରିବାସହ ୩ ଜଣକୁ ଗିରଫ କରିଛନ୍ତି l ଏହି ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩୫ଲକ୍ଷ ୨୦,୦୦୦/- ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି l ଏହି ଧରଫଗଡ଼ରେ ଅବକାରୀ ନିରୀକ୍ଷକ ସିମlକୀରଣ ବେକ, ରାୟଗଡ ଅବକାରୀ ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ରଥ,ଭ୍ରାମ୍ୟମାଣ ଅବକାରୀ ଅଧିକାରୀ ରଘୁନାଥ ମୁଣ୍ଡା ଲୋହାର, ଏବଂ ତାଙ୍କ ଟିମ ମେମ୍ବର ଯୋଗଦାନ କରିଥିଲେ l

Leave A Reply

Your email address will not be published.