ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ଡିଏଫଓଙ୍କ ସହିତ କେନ୍ଦୁପତ୍ର କର୍ମଚାରୀ ସଂଘର ଆଲୋଚନ

0

ପଦ୍ମପୁର/ନୀଳ ଦୀପ ୮-ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ କମିଟିର ଏକ ପ୍ରତିନିଧି ମଣ୍ଡଳି କେନ୍ଦୁପତ୍ର ଡିଏ‘ଓ ପ୍ରକାଶ ଚନ୍ଦ ଗୁଗୁନେନୀ ଙ୍କ ସହିତ କେନ୍ଦୁପତ୍ର ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଡିଭିଜନ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ । ସିଜନଲ କର୍ମଚାରୀଙ୍କ ସମସ୍ୟା ମ୍ମରେ ଅବସର ପ୍ରାପ୍ତ ସିଜନାଲ କର୍ମଚାରୀ ମାନଙ୍କୁ ତୁରନ୍ତ ଗ୍ରାଚୁଏଟି ପ୍ରଦାନ, ହେଡ ଚେକର ମାନଙ୍କର ଗ୍ରାଚୁଏଟି ପ୍ରଦାନ ବେଳେ ୧୫ ଆଇନ ଅନୁଯାୟି ୧୫ଦିନର ଦରମା ହିସାବ କରିବ, ଖାଲିଥିବା ବନେ୍ଧଇ ଚେକର ପଦବି ପୁରଣ, ୨୦୧୬ ର ବକାୟା କେନ୍ଦୁପତ୍ର ତୋଳାଲି ଓ ବନେ୍ଧଇ ଶ୍ରମିକ ମାନଙ୍କୁ ବୋନଓ ପ୍ରଦାନ, ଡିଭିଜନରେ ଆଉ ୧୧ଟି ନୂତନ ସର୍କଲ ଚେକର ପଦବି ପୁରଣ କେନ୍ଦୁପର୍ତ ତୋଳାଳୀ ବନେ୍ଧଇ ଶ୍ରମିକ ସିଜନାଲ କର୍ମଚାରୀ ମାନଙ୍କୁ ଶ୍ରମିକ ମଙ୍ଗଳ ପାଣ୍ଠିରୁ ଚିକିତ୍ସା  ସହାୟତା ଓ ଡେଥ କ୍ଲେମର ଅର୍ଥ ପ୍ରଦାନ ଆଦି ଗୁରୁତ୍ୱପୂର୍ଣ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଡିଏ‘ଓ ପ୍ରକାଶ ଚନ୍ଦ୍ର ଗୁଗୁନେନି ଏହି ସମସ୍ତ ବିଷୟ ଉପରେ ଆଲୋଚନା କରି ଆସନ୍ତା ୭ ଦିନ ମ୍ମରେ ସିଜନାଲ କର୍ମଚାରୀ ମାନଙ୍କର ସମସ୍ତ ଦାବି ଉପରେ ବିହିତ ପଦକ୍ଷେପ ନବା ପାଇଁ ପ୍ରତିଶୃତି ଦେଇଥିଲେ । ଆଲୋଚନା ସମୟରେ ପଦ୍ମପୁର ବିଧାୟକ ତଥା ସଂଘର ସଂପାଦକ ଶ୍ରୀ ପ୍ରଦିପ ପୁରୋହୀତ. ସହ ସଂପାଦକ ଶ୍ରୀ କୋକିଳ ସାହୁ, ହେଡ ଚେକର ଶେଷଦେବ ଯୋଷୀ, ଋଷୁଭ ପ୍ରଧାନ, ଶୁରେସ ପଣ୍ଡା, ବସନ୍ତ ସାହୁ, ପ୍ର‘ୁଲ୍ଲ କୁମ୍ଭାର, କେଶବ ପଟେଲ, ଚେକର ଅର୍ମାନ ଖାଁ, କୁଞ୍ଜବିହାରି ପଣ୍ଡା, ଭାରତିକ ନାଗ, ରମଣୀ ହୋତା, ନାରାୟଣ ପୋଢ, ଏବଂ ଏସଡିଏ‘ଓ ମାନଗୋବିନ୍ଦ ଦଳେଇ ଉପସ୍ଥିତ ଥିଲେ । ସଂଘର ଅ୍େୟ ଏକ ନିଷ୍ପତି ଅନୁଯାୟି ଆସନ୍ତା ତା୨୭.୦୮.୨୦୧୮ରିଖରେ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦେବା ପାଇଁ କୋକିଳ ସାହୁ ସୁଚନା ଦେଇଥିଲେ ।

Leave A Reply

Your email address will not be published.