ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଆଇଟିଆଇ ପକ୍ଷରୁ ଭାରତ ସରକାରଙ୍କ ନୂତନ ପରିକଳ୍ପନା ବିଭିନ୍ନ ଶିଳ୍ପ ସଂସ୍ଥାରେ ଆପ୍ରେଣ୍ଟିସିପ ଭାବେ ନିଯୁକ୍ତି ପାଇଁ ଜାତୀୟ ଆପ୍ରେଣ୍ଟିସିପ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଗଜପତି ଜିଲ୍ଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ଼ , କାଲିଆପଟା ଓ ଗୁମ୍ମା ଠାରେ ରହିଥିବା ୩ ଟି ସରକାରୀ ଆଇଟିଆଇ ର ପାସ-ଆଉଟ ହୋଇ ବେକାର ଥିବା ଶତାଧିକ ଛାତ୍ରଛାତ୍ରୀ ଓ ବେକାର ଶିକ୍ଷିତ ଅଣ ଆଇଟିଆଇ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆପ୍ରେଣ୍ଟିସିପ ମେଳାରେ ଆଇଟିଆଇ ପାସ-ଆଉଟ ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ମେଳାରେ ଅଣ ଆଇଟିଆଇ ବେକାର ଛାତ୍ରଛାତ୍ରୀ ମାନେ ମାନେ ଆସି ଭିନ୍ନ ଭିନ୍ନ ଭାବେ ଫିଟର , ଇଲେକ୍ଟ୍ରିସିଆନ, ୱେଲଡର ଓ ମୋଟର ମେକାନିକ ପ୍ରଭୃତି ଟ୍ରେଡ଼ ପାଇଁ ଦରଖାସ୍ତ ଫର୍ମ ପୂରଣ କରି ନାମ ପଞ୍ଜିକରଣ କରିଥିଲେ।
ପରେ ଭିନ୍ନ ଭିନ୍ନ ଭାବେ ଏହି ମେଳା ଉଦ୍ଦେଶରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ମୋହନା ଗ୍ରୀଡ଼ ଏସଡିଓ ଶ୍ରୀ ଶୁରେଶ ଚନ୍ଦ୍ର ମଲ୍ଲିକ , କାଲିଆପଟା ଆଇଟିଆଇର ଅଧ୍ୟକ୍ଷ ଶ୍ରୀ ଜଗଦିଶ ହାଇବୃ , ଗୁମ୍ମା ଆଇଟିଆଇ ର ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହି ଆଇଟିଆଇ ପାସ-ଆଉଟ ପିଲାଙ୍କ ନିମନ୍ତେ ଚାକିରୀ ପୂର୍ବରୁ ଆପ୍ରେଣ୍ଟିସିପ ଚାକିରୀ ଅଭିଜ୍ଞତା ଓ ଅନୁଭୂତିର ନିହାତୀ ଆବଶ୍ୟକତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।
ଏହି ଆପ୍ରେଣ୍ଟିସିପ ମେଳାରେ ଜିଲ୍ଲା ଓ ଜିଲ୍ଲା ବାହାରର ୪ ଟି କମ୍ପାନୀ ଯୋଗ ଦେଇଥିବା ବେଳେ ନିଯୁକ୍ତି ମେଳାରେ ହାଇଦ୍ରାବାଦ, ବାଙ୍ଗାଲୋର , ଭୁବନେଶ୍ୱର , ଗଞ୍ଜାମ, ଚିତ୍ତୋର , ନୈଇଡା , ବଲାଙ୍ଗୀର ପ୍ରଭୃତି ସହରାଞ୍ଚଳର ୮ ଟି କମ୍ପାନୀ ଯଥା ହେର ମୋଟ କପ , ର , ଭାରତ ଫାଇନାନସିଆଲ , କେପ୍ସଟନ ସିକୁରିଟି , ଡି ମାର୍ଟ , ସନଶାଇନ ହେଲଥ କେୟାର , ଓ କ୍ବେଷକର୍ପ ଲିମିଟେଡ଼ ପ୍ରଭୃତି ଆସି ଯୋଗଦେଇ ପିଲାଙ୍କୁ ସେମାନଙ୍କ କମ୍ପାନୀ ର କାର୍ଯ୍ୟକ୍ରମ ଓ ନୀତିନିୟମ ଓ ଦରମା ରହିବା ଖାଇବା ପ୍ରଭୃତି ବନ୍ଦୋବସ୍ତ ଉପରେ କହିଥିଲେ। ଶେଷରେ ଉପସ୍ଥିତ ୯୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଟ୍ରେଡ଼ରେ ଆପ୍ରେଣ୍ଟିସିପ ଯିବା ପାଇଁ ଇଚ୍ଛୁକ ପ୍ରକାଶ କରିବା ସହ ସମ୍ପୃକ୍ତ କମ୍ପାନୀ ମାନଙ୍କ ପକ୍ଷରୁ ସେମାନଙ୍କ ଦରଖାସ୍ତ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା କର୍ମ ନିୟୋଜନ ସଂସ୍ଥା ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ କହିଥିଲେ ଯେ , ଆଜିର ଏହି ଜାତୀୟ ଆପ୍ରେଣ୍ଟିସିପ ମେଳା ଓ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ଶତାଧିକ ଆଇଟିଆଇ ପାସଆଉଟ ଓ ଅଣ ଆଇଟିଆଇ ବେକାର ଶିକ୍ଷିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କୁ ମୁଖ୍ୟତଃ ଆପ୍ରେଣ୍ଟିସିପ କଣ ପାଇଁ କରିବା ଏବଂ ଆଇଟିଆଇ ପାସ-ଆଉଟ ପରେ କେଉଁଠି ଆପ୍ରେଣ୍ଟିସିପ କରିବା ସେ ଉପରେ ସେମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝା ଯାଇଥିଲା।
ଏଥିରେ ବିଭିନ୍ନ କମ୍ପାନିର ପ୍ରତିନିଧି ମାନେ ଉପସ୍ଥିତ ରହି ଆଇଟିଆଇ ତଥାପି ଟେକନିକାଲ ଟ୍ରେନିଂ ପରେ ସେମାନେ ଆପ୍ରେଣ୍ଟିସିପ କରିବା ହେଲେ ସେଥିରେ କଣ ଫାଇଦା ହେବ କହିଥିଲେ । ଅନ୍ୟପକ୍ଷରେ , ଏହି ଅବସରରେ ଏକ ନିଯୁକ୍ତି ମେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସେଥିରେ ନିଯୁକ୍ତିର କଣ ସବୁ ସୁବିଧା ସୁଯୋଗ ରହିଛି , ସେ ସମ୍ପର୍କରେ ବୁଝାଇ ଦିଆ ଯାଇଥିଲା।
ସେହିଭଳି କାଲିଆପଟା ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଶ୍ରୀ ଜଗଦିଶ ହାଇବ୍ରୁ ଆଇଟିଆଇ ପାସ ଆଉଟ ପିଲାମାନେ ସେମାନେ କିଭଳି ଆଗକୁ ବଢ଼ି ପାରିବେ ଏବଂ ଆପ୍ରେଣ୍ଟିସିପ ଟ୍ରେନିଂ ନେବେ ।
ଯେଉଁଥିରେ କି ସେମାନଙ୍କ ବିଶେଷ ଫାଇଦା ରହିଛି , ଯାହାକି ଜଣେ ଦକ୍ଷ କାରିଗର ଭାବେ କୌଣସି କମ୍ପାନୀ କି କର୍ମ ସଂସ୍ଥାନରେ ରହି ଅଧିକ କାମ ଶିଖିବା ସହ ଅଭିଜ୍ଞତା ହାସଲ କରିବେ ଏବଂ ନିଜର ଭବିଷ୍ୟତ ଗଢିବା ପାଇଁ ଏହା ସେମାନଙ୍କ ପାଇଁ ଏକ ଉପଯୁକ୍ତ ସୁଯୋଗ ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇପାରିବ ବୋଲି କହିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ କାଲିଆପଟା ଆଇଟିଆଇ ର ଲାଇଫ ସ୍କିଲ ଷ୍ଟ୍ରାଇଭର ପ୍ରଶିକ୍ଷକ ଶ୍ରୀ ସଂଜିତ କୁମାର ମିଶ୍ର ଏବଂ ଜିଲ୍ଲା କର୍ମ ନିୟୋଜନ ସଂସ୍ଥାର ଜିଲ୍ଲା ସ୍କିଲ ସଂଯୋଜକ ଶ୍ରୀ ବଦ୍ରି ନାରାୟଣ ମିଶ୍ର ପରିଚାଳନା ଓ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post