ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ,ପରିବେଶ ପ୍ରଦର୍ଶନୀ ଓ ଶିଶୁ ପ୍ରତିଭା ସମ୍ମାନ ସମାରୋହ-୨୦୨୨ ନିଶ୍ଚିନ୍ତକୋଇଲି ଗ୍ରାମପ ।ୟତ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ । ଶ୍ରୀ ବେହେରାଙ୍କ ସହିତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର କ୍ରୀଷ୍ଣା ପାଢୀ,ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ଏବିଇଓ ଲକ୍ଷ୍ମଣ କୁମାର ଲେଙ୍କା ଯୋଗଦାନ କରିଥିଲେ । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହି ବିଜ୍ଞାନ ମେଳାରେ ଯୋଗଦାନ କରିଥିଲେ । ୧୧୭ ଟି ପ୍ରକଳ୍ପ ଏଥିରେ ସ୍ଥାନୀତ ହୋଇଥିଲା । ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଙ୍କ ସଭାପତିତ୍ୱରେ ଉଦ୍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ପ ।ୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଛାତ୍ର ଛାତ୍ରୀମାନଙ୍କର ବିକାଶ ପାଇଁ ଗୁଣାତ୍ମକ ବିକାଶ ଉପରେ ଲକ୍ଷ୍ୟ ଦେଇ ଆସିଛନ୍ତି ଏବଂ ଆଜିର ବିଜ୍ଞାନ ଯୁଗରେ ଛାତ୍ର ଛାତ୍ରୀମାନେ ବିଜ୍ଞାନ ଉପରେ ଅଧିକ ଗୁରୁତ୍ୱାରୋପ କଲେ ଦେଶ ଓ ଜାତିର ଅଶେଷ କଲ୍ୟାଣ ସାଧନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ସମ୍ମାନୀତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ବୁହାଳୋ ସରପ ରମାକାନ୍ତ ମହାନ୍ତି,ସମାଜସେବୀ କ୍ଷୀରୋଦଚନ୍ଦ୍ର ପଣ୍ଡା,ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ,କଟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିବା ସହ କୃତୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମସ୍ତ ସିଆରସିସି , ଶିକ୍ଷକ , ଶିକ୍ଷୟିତ୍ରୀ, ଅଭିଭାବକ, ବ୍ଲକ ଶିକ୍ଷାଧିକାରୀ ଅଫିସ କର୍ମଚାରୀ ଏବଂ ବହୁ ସରପ , ସମିତିସଭ୍ୟ ,ବରିଷ୍ଠ ନାଗରିକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.