ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0 2

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଜନନାୟକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜଗତସିଂହପୁର ପୌରାଧକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଯୋଗଦେଇ ନବ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ର ଓ ଡ଼ାକବଙ୍ଗଳା ଛକଠାରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧକ୍ଷ ତଥା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ବିପ୍ଳବ ଚୌଧୁରୀ, ବିଶିଷ୍ଟ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ କୁମାର ଜେନା, ଜିଲ୍ଲା କଂଗ୍ରେସ ଉପ ସଭାପତି ମହନୀ ଚରଣ ରାଉତ,ନଗର କଂଗ୍ରେସ ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ,ପାରିଷଦ ଜଗଦାନନ୍ଦ ପଢିହାରୀ, କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ଃ ଜଗଦାନନ୍ଦ ବେହେରା,ପୂର୍ବତନ ସରପଂଚ ନିରଞ୍ଜନ ସେନ, ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ କୁମାର ତ୍ରିପାଠୀ, ନିରଞ୍ଜନ ମହାପାତ୍ର,ସରତ ଦାଶ,କୈଳାସ ଦାସ,, ଅବନୀକାନ୍ତ ମହାରଣା, ଦେବେନ୍ଦ୍ର କୁମାର ବେହେରା,,ସୁର୍ଦଶନ ବେହେରା,ପୂର୍ବତନ ପାରିଷଦ ନିରଞ୍ଜନ ସେଠୀ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଅନିଲ କୁମାର ଦାସ ରାକେଶ କୁମାର ରାଉତ, ସଚିଦାନନ୍ଦ ଦାସ,ଦାସିରଥୀ ସ୍ବାଇଁ, ରଞ୍ଜନ ସିଂହ, ସୁବାସ ଚାନ୍ଦ, ନାରାୟଣ ନାୟକ, ନାରାୟଣ ନାୟକ, ସଚିଦାନନ୍ଦ ଦାସ, ହିମାଂଶୁ ଶେଖର ସ୍ବାଇଁ, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.