ମିଡିଆ ବ୍ରଦର୍ସ ପକ୍ଷରୁ ବିଜୁ ମାର୍କେଟ କମ୍ପେଲେକ୍ସ ପରିସରରେ କୋରନା ଯୋଦ୍ଧା ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

0 2

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ସ୍ଥାନୀୟ ବିଜୁ ମାର୍କେଟ କମ୍ପେଲେକ୍ସ ପରିସରରେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ବକାର, କବି ତଥା କରୋନା ଯୋଦ୍ଧା ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛି । ପ୍ରଥମେ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଦିବଂଗତ ଆତ୍ମାର ସଦ୍‌ଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି । ମିଡିଆ ବ୍ରଦର୍ସର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଏଥିରେ ଯୁବସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ରାଉଳ, ମନମୋହନ ମହାନ୍ତି, ରଣଜିତ୍ ମଲ୍ଲିକ, ଗୋବିନ୍ଦ ଦାସ, ଜଗନ୍ନାଥ ପଣ୍ଡା, ସତ୍ୟଜିତ୍ ମହାପାତ୍ର, ନିରଞ୍ଜନ ବସ୍ତିଆ, ଦେବେନ୍ଦ୍ର ନାଥ ଷଢଙ୍ଗୀ, କ୍ଷୀରୋଦ ଲେଙ୍କା ପ୍ରମୁଖ ଉପସ୍ଥିତ ହୋଇ ସ୍ୱର୍ଗତ ସାମନ୍ତରାୟଙ୍କର ବହୁମୁଖୀ ପ୍ରତିଭା ସଂକ୍ରାନ୍ତରେ ଆଲୋଚନା କରି ସ୍ମୃତି ଚାରଣ କରିଥିଲେ ।

Leave A Reply

Your email address will not be published.