ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ରାଜ୍ୟ ପ ।ୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ୨୭ ନଂ ଜୋନ୍ ସ୍ତରୀୟ ଓରତି ପ ।ୟତ କୈଳାସ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ୨୧୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ପ ।ୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ରକ୍ତ ବିନା କେହି ଜୀବନ ହରାଇବେ ନାହିଁ ସଂକଳ୍ପ ନେଇ ବିଜୁ ଜନତା ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ଉଦ୍ଘାଟନ କରିଥିଲେ । ମନ୍ତ୍ରୀଙ୍କ ପ୍ରତିନିଧି ଗିରୀଶ ରଂଜନ ମହାପାତ୍ରଙ୍କ ସଂଯୋଜନାରେ ଏଥିରେ କେରିଲୋ, ଜମରା, ଓରତି, ଦାଉଦପୁର, ତରତ, ବନ୍ଧକାଟିଆ, ଝାଡେଶ୍ୱରପୁର, ନଗସପୁର ଓ ନରେନ୍ଦ୍ରପୁର ପ ।ୟତର ସରପ , ସମିତିସଭ୍ୟ ଓ ବିଜୁ ଜନତା ଦଳର କର୍ମୀମାନେ ରକ୍ତଦାତାମାନଙ୍କୁ ଶିବିରକୁ ଆଣିଥିଲେ । ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ସମାଜସେବୀ ବ୍ରଜମୋହନ ପଣ୍ଡା, ଯୁବନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରାକ୍ତନ ଯୁବ ବିଜେଡି ସଭାପତି ମିହୀର ମିଶ୍ର, ଅନୀଲ ଭୂୟାଁ, ଯୁବନେତା କ୍ଷୀରୋଦ ଷଢଙ୍ଗୀ,ଜିତେନ୍ଦ୍ର ମିଶ୍ର, ଇଂ. ପତିତପାବନ ସ୍ୱାଇଁ, ସରପ ସରୋଜିନୀ ବେହେରା, ବନ୍ଦନ ତ୍ରିପାଠୀ, ଜିଲ୍ଲାପରିଷଦ ସଭ୍ୟ ଭୂପତି ଭୂଷଣ ଷଣ୍ଢ, ବିପ୍ଳବ କାପ, ଆଶୁତୋଷ ତ୍ରିପାଠୀ, ନିତ୍ୟାନନ୍ଦ ସେଠୀ, ଶୁଭ୍ରା ମହନ୍ତି, ସୌରପ୍ରଭା ଜଗଦେବ, ପ୍ରମୋଦ ସାହୁ, ଅଜିତ୍ ନାୟକ, ବୈକୁଣ୍ଠନାଥ ସିଂ, ଲଳିତେନ୍ଦୁ ବିଶୋଇ, ଆଶିଷ୍ ମହାନ୍ତି, ସୁସାନ୍ତ ଚନ୍ଦ୍ର ବଳ, ଚୈତନ୍ୟ କୁମାର ପଣ୍ଡା, ସୁତମ ଚରଣ ବେହେରା, ସୁଦାମ ଚରଣ ବଳ, ପ୍ରମୋଦ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳ ସଭାପତି ସତ୍ୟଜିତ୍ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ,ଶୁଭେନ୍ଦୁ କୁମାର ରଥ,ସୁଶାନ୍ତ ରାଉତ,ଶୁଭମ୍ ଦାସ, ବୁବୁ ସାହୁ,ସୁଶିଲ ମଲିକ, ତାରଣତଥାଗତ ଦାସ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବ୍ଲକ ବ୍ୟାଙ୍କର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ ପ୍ରତ୍ୟେକ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.