ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଘାଟନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଅନୁଷ୍ଠିତ ହୋଇଛି।
ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୦ ଜଣ ମହିଳା ଓ ପୁରୁଷ ତାଲିମ ନେବେ।
ଉଦଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମାଙ୍କ ସଭାପତିତ୍ଵରେ ଉପ ଜିଲ୍ଲା ପଶୁଧନ ଅଧିକାରୀ ଶ୍ରୀ ରମାକାନ୍ତ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଲିଡ୍ ବ୍ୟାଙ୍କ ମେନେଜର ଶ୍ରୀ କିଶୋର ଚନ୍ଦ୍ର ନାଇକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.