ଜୁନାଗଡ଼/ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଏକ ସମ୍ବର୍ଦ୍ଧନା ସଭା ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବ୍ଲକ ସଭାପତି ସରୋଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ବବିତା ମେହେର, ପୌରାଧକ୍ଷ ମୁକେଶ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ପୌର ଉପାଧ୍ୟକ୍ଷ୍ୟା ହିମାଦ୍ରୀ ନାଏକ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି , ମନୋଜ ପାଣିଗ୍ରାହୀ, ସମ୍ପାଦକ ଧୀରେନ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ ।ଏଥିରେ ଜୁନାଗଡ଼ ବ୍ଲକ ଓ ସହରର ସାମଗ୍ରିକ ବିକାଶ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକର ଶିକ୍ଷକ ସଂଘର ସମସ୍ତ କର୍ମକର୍ତା ଓ ସମସ୍ତ ଶିକ୍ଷକବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲା ସଂଗଠନ ସମ୍ପାଦକ ଅଚ୍ୟୁତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜୁନାଗଡ଼ ବ୍ଲକ ଶିକ୍ଷକ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ସରୋଜ କୁମାର ପଣ୍ଡା, ଉପ ସଭାପତି ଲଳିତ ନେଗୀ, ସୁନିତା ଆଚାରି, ସମ୍ପାଦକ ଶାନ୍ତନୁ ମାଝୀ, ସହ ସମ୍ପାଦକ ରମେଶ ରାଉତ, କୋଷାଧ୍ୟକ୍ଷ ସତୀଶ ପାଢ଼ୀ , ବ୍ଲକ ସଂଯୋଜକ ଭାବେ ନନ୍ଦି କିଶୋର ନିଆଲ ପ୍ରମୁଖ ମନୋନୀତ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କର୍ମକର୍ତ୍ତାଭାବେ ମନୋଜ ପାଣିଗ୍ରାହୀ, ବିରେନ୍ଦ୍ର ବାଗ ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ।ସେହିପରି ସଂଘର ବିଭୁତିଭୂଷଣ ପଣ୍ଡା, ଅଟଲ ପଣ୍ଡା, ଯଶୋବନ୍ତ ରାଉତ, ପରେଶ ପଣ୍ଡା,ଅଶୋକ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post