ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର , ଶିଶୁ , ମହିଳା ଓ ପରିବାର ବିଭାଗ ତରଫରୁ ବନ୍ଧୁ ‌ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର, ଶିଶୁ , ମହିଳା ଓ ପରିବାର ବିଭାଗ ତରଫରୁ ରାଜ୍ୟ କାର୍ଯ୍ୟାଳୟ , ବଡ଼ ବ୍ରାହ୍ମଣ ସାହି ଠାରେ ସମସ୍ତେ ମିଶି ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଉକ୍ତ ବନ୍ଧୁ ‌ମିଳନ ଓ ସମ୍ବର୍ଦ୍ଧନା ଉତ୍ସବରେ ଗଜପତି ଜିଲ୍ଲାର ସମସ୍ତ ଜିଲ୍ଲା ସଭ୍ୟ ଉପସ୍ଥିତ ରହି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ରାଣିପେଣ୍ଠ ର ଶ୍ରୀ ଦୁରଗାସି ମୋହନ ବାବୁଙ୍କୁ ଗତ ୨୬ ମାର୍ଚ୍ଚ ୨୦୨୨ରେ ଦକ୍ଷିଣାଞ୍ଚଳ ସାଧାରଣ ସମ୍ପାଦକ ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲଙ୍କୁ ସମାଜ ସେବା ପାଇଁ ଡକ୍ଟର ଉପାଧି ଚେନ୍ନାଇରେ ପ୍ରଦାନ କରାଯାଇଥବା ହେତୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନବାଧିକାର କାଉନସିଲ ର ରାଜ୍ୟ ସଭାପତି ଡ଼ଃ ଆଲୋକ କୁମାର ବୋଷ ଓ ଶ୍ରୀ ପେଲିଚେଟି ମୁକେଶ, ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ, ଆନ୍ତର୍ଜାତିକ ମାନବାଧିକାର କାଉନସିଲ ଦ୍ୱାରା ଶ୍ରୀ ଦୁରଗାସି ମୋହନ ବାବୁଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା। ଉକ୍ତ ବନ୍ଧୁ ‌ମିଳନ ଓସମ୍ବର୍ଦ୍ଧନା ଉତ୍ସବରେ ମହିଳା ଗୃପର ମହିଳା ମାନେ ଉପସ୍ଥିତ ଥିଲେ ଏବଂ ଆନ୍ତର୍ଜାତିକ ମାନବାଧିକାର କାଉନସିଲ ର ସଭ୍ୟ ମାନେ ଶ୍ରୀ ଦିଲୀପ କୁମାର ତନ୍ତି, ପ୍ରବିଣ କୁମାର ଲିମା , ମୋହନ କୁମାର ମିସାଲ , ଜିତେନ୍ଦ୍ର ମିଶ୍ର, ଡି .ରବିକମାର , ଅଭିଳାଷ ବିଶ୍ୱାଳ ଓ ଶ୍ରୀମତୀ ଲିଲି ସାହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.