ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ଗତ ୨ ତାରିଖ ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ତହସିଲଦାର ଙ୍କ ଦୂରବ୍ୟବହାର ଓ ମାଡ ମାରିବା ଅଭିଯୋଗ ରେ ଆଜି ଭଦ୍ରକ ଜିଲ୍ଲା କୃଷକ ସଙ୍ଗଠନ ତରଫରୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ପଟାମୁଣ୍ଡାଇ ଅଞ୍ଚଳରେ କିଛି ବେଆଇନ ମାଟି ଖନନ କରି ଇଟାପୋଡ଼ିବା, ପୋଡ଼ିବା ବେଳେ ଧୁଆ ପ୍ରଦୂଷଣ ହେବା ବାବଦରେ ସ୍ଥାନୀୟ ବାସିନ୍ଦା ଙ୍କ ସହିତ ନବ ନିର୍ମାଣ କୃଷକ ସଙ୍ଗଠନ ପଟା ମୁଣ୍ଡାଇ ବ୍ଲକ ତହସିଲଦାରକୁ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ତହସିଲଦାର ଶ୍ରୀଯୁକ୍ତ ବିଜୟ ସେଠି ଅଭିଯୋଗ ପରେ ବି ପଦକ୍ଷେପ ନେଉ ନଥିବା ବେଳେ , ଇଟା ଭାଟି ମାଲିଙ୍କ ଙ୍କ ସହ ଲାଞ୍ଚ ନେଇ ଚୁପ ବସିଥିବା ଅଭିଯୋଗ ଆଣିଥିଲେ କୃଷକ ସଙ୍ଗଠନ , ପରେ ଏ ବାବଦରେ ସ୍ଥାନୀୟ ବାସିନ୍ଦା ଓ କୃଷକ ସଙ୍ଗଠନ ତହସିଲଦାର କୁ ପ୍ରଶ୍ନ ପଚାରିବାରୁ ତହସିଲଦାର କୃଷକ ସଙ୍ଗଠନ ର ସଂଯୋଜକ ଶ୍ରୀ ଦୋଳ ଗୋବିନ୍ଦ ସାହୁଙ୍କୁ ଦୂର ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ଏହି ବାବଦରେ ଜିଲ୍ଲାରେ ସମସ୍ଥ୍ କୃଷକ ସଙ୍ଗଠନ ଦାବି ପତ୍ର ଦେଇଥିବା ବେଳେ, ଭଦ୍ରକ ଜିଲ୍ଳା ରେ ମଧ୍ୟ ସଙ୍ଗଠନ ତରଫରୁ ଦାବିପତ୍ର ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.