ହରଭଙ୍ଗା ବ୍ଲକ ; ବିବାଦ ବିବାଦରେ  ଆମ ଗାଁ ଆମ ବିକାଶ 

0

୩୩୦ ଟି ପ୍ରକଳ୍ପ ପାଇଁ ମିଳିଲା ୫ କୋଟି ୫୧ ଲକ୍ଷ ଅନୁଦାନ

ରୋଷେଇରେ ଅବ୍ୟବସ୍ଥା , ଉପାସରେ ଫେରିଲେ ଲୋକେ

ବୌଦ୍ଧ (ସିମୁନ୍ ନାଏକ) ;  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ପୁରୁଣାକଟକ ହାଇସ୍କୁଲ ଖେଳପଡିଆ ଠାରେ ଶୁକ୍ରବାର ଦିନ ୧୧ ଟାରେ ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ୨୨ ଟି ପଂଚାୟତ ର ବିଭିନ୍ନ କୋଣ ଅନୁକୋଣରୁ ବିଶେଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ  , ଅଙ୍ଗନୱାଡି କର୍ମି , ଆଶା କର୍ମି ଓ ବିଜୁ ଯୁବ ବାହିନୀଙ୍କ ସମେତ  ପ୍ରାୟ ୧୦ ହଜାରରୁ ଅଧିକ ପୁରୁଷ ଓ ମହିଳା ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଆୟୋଜିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫ୍ରେରେନ୍ସସିଂ ଜରିଆରେ ଉପସ୍ଥିତ ଥିବା ହରଭଙ୍ଗା ବ୍ଲକର ଜନସମାଗମ କୁ ଉଦବୋଧନ ଦେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ୨୧ ଟି ପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟକାରୀ ହେବାକୁ ଥିବା ଉନ୍ନୟନ ମୂଳକ ୩୩୦ ଟି ପ୍ରକଳ୍ପ ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କା ଅନୁଦାନ ରାଶି ମଜୁଂର କରିଥିବା ନେଇ ଘୋଷଣା କରିବା ସହିତ ଭଲ ଭାବେ କାମ କର ଓ ଯଥା ଶ୍ରୀଘ୍ର ସାର ବୋଲି ଉପସ୍ଥିତ ଥିବା ଜନତା ଙ୍କୁ କହିଥିଲେ । ଆଜି ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ପ୍ରଦିପ କୁମାର ଅମାତ, କଂଟାମାଳ ବିଧାୟକ ମହୀଧର ରଣା, ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ , ପଂଚାୟତ ସମିତି ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ,ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳତାର ସହିତ ଆୟୋଜନ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୭ ଦିନ ଧରି ଜୋରସୋର ରେ ପ୍ରସ୍ତୁତି ଚାଲିଥିଲା । ତେବେ ପ୍ରାଶାସନ ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ଆକଳନ ଅନୁସାରେ ହୋଇଥିବା ବ୍ୟବସ୍ଥା ଠାରୁ ବହୁ ସଂଖ୍ୟାରେ ଅଧିକ ଜନସମାଗମ ହେବାରୁ ଲୋକମାନଙ୍କୁ ବସିବା ପାଇଁ ସ୍ଥାନ ଅଭାବରୁ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିବା କାର୍ଯ୍ୟକ୍ରମ ଦେଖିବାରୁ ଅଧିକାଂଶ ଲୋକ ବଂଚିତ ହୋଇଥିବା ଦେଖିବାକୁ ମିଳିିଥିଲା ।  ସେହିଭଳି କାର୍ଯ୍ୟକ୍ରମ ଶେଷରେ ଲୋକଙ୍କ ଭୋଜନ ପାଇଁ ରନ୍ଧାଯାଇଥିବା ଖାଦ୍ୟ ଅଲ୍ପ କିଛି ସମୟ ମଧ୍ୟରେ ଶେଷ ହୋଇଯିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଆସିଥିବା ଅଧିକଂଶ ପୁରୁଷ  ଓ ମହିଳା ଖାଇବାକୁ ନପାଇ ଉପାସରେ ଫେରୁଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ସରକାରଙ୍କ ଏଭଳି ଏକ ମହତ୍ୱପୁର୍ଣ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର ଦାୟତ୍ୱ ହୀନତା କୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ମାତ୍ର ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷାଦାନ ସମୟରେ ପୁରୁଣାକଟକ ହାଇସ୍କୁଲ ପଡିଆ ରେ ଆୟୋଜିତ କଲେ ଛାତ୍ରଛାତ୍ରୀ ଙ୍କ ପାଠ ପଢାରେ ବ୍ୟାଘାତ ହେବା ଆଶଙ୍କା କରି ବ୍ଲକ ର ନିର୍ଦ୍ଧିଷ୍ଟ କିଛି ସମାଜସେବୀ ଏ ସଂମ୍ପର୍କରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାରୁ କାଳେ କୌଣସି ବିରୋଧ ହୋଇପାରେ ବୋଲି ଆଇନ ଶୃଖଂଳା ରକ୍ଷା କରିବାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲା ରେ ନୂତନ ଭାବେ ଯୋଗ ଦେଇଥିବା ଜିଲାପାଳ ସିତାଶୁଂ କୁମାର ରାଉତ ,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ , ଉପ ଜିଲ୍ଲାପାଳ ଏନ୍ସି ଜ୍ୟୋତି ରଜଂନ ନାୟକ , ବିଡିଓ ରବିନ୍ଦ୍ର କୁମାର ଶତପଥି ପ୍ରତ୍ୟକ୍ଷ ଭାବରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ହୋଇଥିବା ଆମଗାଁ ଆମ ବିକାଶ କାଯ୍ୟକ୍ରମ  ଟି ରାଜ୍ୟର ୧୦ ଟି ବ୍ଲକରେ ଭିଡିଓ କନ୍ଫ୍ରେରେନ୍ସସିଂ ଜରିଆରେ ସିଧାସଳଖ ପ୍ରସାରଣ ହେଉଥିବା ବେଳେ ୫ କୋଟି ୫୧ ଲକ୍ଷ ଟଙ୍କା ର ୩୩୦ ଟି ପ୍ରକଳ୍ପ କୁ ଯଥାଶିଘ୍ର ସାରିବା ପାଇଁ ମୁଖ୍ୟମନ୍ତ୍ରୀ କହିବା ପରେ ସେଠାରେ ଉପସ୍ଥିତ ଥିବା ପଞ୍ଚାୟତ ସ୍ତରୀୟ କୁଜି ଠିକାଦାର ମାନେ ଜୋରଜାର୍ କରତାଳି ଦେଉଥିବା ଦେଖି ଜନ କଲ୍ୟାଣକାରୀ ଯୋଜନା ର ସୁଫଳ କେତେଦୁର ଜନହିତରେ ଲାଗିବ ନାଁ ଗାଁ ଠିକାଦାର ଙ୍କ ପାଣ୍ଠି ବୃଦ୍ଧିରେ ସହାୟକ ବୋଲି ଚର୍ଚ୍ଚା ହୋଉଛି ।   

Leave A Reply

Your email address will not be published.