ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କ ନିମନ୍ତେ ‘ସକ୍ଷମ କୁଇଜ-୨୦୧୮’ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ ଅନୁଷ୍ଠିତ

0

 

Rourkela/Susanta behera :ସେଲର ଅଧିକାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବାର୍ଷିକ ଆଭ୍ୟନ୍ତରୀଣ ମେନେଜମେଣ୍ଟ ଓ ବିଜିନେସ କୁଇଜ ‘ସକ୍ଷମ-୨୦୧୮’ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ ଏଚଆରଡ଼ି ସେଣ୍ଟରଠାରେ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ସମୁଦାୟ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି କୁଇଜ ପ୍ରତିଯୋଗିତା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରେପରେ ଏକ ମୌଖିକ ପର୍ୟ୍ୟାୟ ଅନୁଷ୍ଠିତ ହୋଇଥିଲା। 

ପ୍ରଥମ ପର୍ୟ୍ୟାୟରେ ଭାଗ ନେଇଥିବା ଦଳ ମଧ୍ୟରୁ ଛଅଟି ଦଳ ଦ୍ଵିତୀୟ ପର୍ୟ୍ୟାୟକୁ ଉନ୍ନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରିଫ୍ରାକ୍ଟୋରୀ ଇଞ୍ଜିନିୟରିଂ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ସମ୍ପଦ ମିଶ୍ର ଓ  କଣ୍ଟ୍ରାକ୍ଟ ସେଲ ୱାର୍କ୍ସ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀମତୀ ଦିବ୍ୟା ଦାସ ପ୍ରାରମ୍ଭିକ ରାଉଣ୍ଡର ବିଜେତା ହୋଇଥିଲେ।  ସି ଆଣ୍ଡ ଆଇଟି ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଦେବଦତ୍ତ ଷଡଙ୍ଗୀ ଓ ଟି ଆଣ୍ଡ ଆରଏମ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ବିନାୟକ ଜେନା  ଦ୍ଵିତୀୟ ସ୍ଥାନ ଲାଭ କରିଥିଲେ । ପ୍ରଥମ ଦୁଇଟି ସ୍ଥାନ ଲାଭ କରିଥିବା ଦୁଇଟି ଦଳ ସେଲ ସ୍ତରୀୟ ଫାଇନାଲ ରାଉଣ୍ଡରେ ଅଂଶଗ୍ରହଣ କରିବେ । 

    ଏମଏମ ବିଭାଗର ଡ଼ିଜିଏମ, ଶ୍ରୀ ଶ୍ରୀକାନ୍ତ ପଣ୍ଡା କୁଇଜ ମାଷ୍ଟରର ଦାୟିତ୍ଵ ତୁଲାଇଥିଲେ। ଏଚଆରଡ଼ି ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଆର ଏ ଖାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । 

 

 

Leave A Reply

Your email address will not be published.