ସିମୁଳିଆ- (ଅକ୍ଷୟ କୁମାର ଜେନା)- ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ଚାଳିଶି ନମ୍ବର ଜୋନ ଅନ୍ତର୍ଗତ ମଇତାପୁର ପଞ୍ଚାୟତ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମନୋରମା ବେହେରା ଆଜି ନୂତନ ସରପଞ୍ଚ ଭାବେ ପଞ୍ଚାୟତ ରେ ଶପଥ ଗ୍ରହଣ କରିଥିଲେ। ଶତାଧିକ କର୍ମୀ ଉପସ୍ଥିତି ରେ ଆଜି ଦଳୀୟ ବିଜୟୀ ୱାର୍ଡ ସଭ୍ୟ ଦଶ ଜଣ ଏବଂ ଚାରି ଜଣ ନିର୍ଦଳୀୟ ୱାର୍ଡ ସଭ୍ୟ ମାନଙ୍କୁ ନେଇ ଆଗାମୀ ଦିନରେ ପଞ୍ଚାୟତ କୁ ସରସ ସୁନ୍ଦର୍ କରିବା ପାଇଁ ଶପଥ ପାଠ କରିଥିଲେ। ଗତ ଥର ବିଜେପି ସମର୍ଥିତ ପ୍ରାର୍ଥୀନୀ ପଞ୍ଚାୟତ ଦଖଲକୁ ନେଇଥିବା ବେଳେ ଏଥର ବିଜେଡି ସମର୍ଥିତ ପ୍ରାର୍ଥୀନୀ ମନୋରମା ବେହେରା ନିକଟତମ ପ୍ରତିଦ୍ବନ୍ଦୀ ବି ଜେ ପି ସମର୍ଥିତ ପ୍ରାର୍ଥୀ ଉମା କାନ୍ତ ଶିଅଳ କୁ ୩୦୦ ଭୋଟ ରେ ପରାସ୍ତ କରି ଏହି ସଫଳତା ପାଇଥିଲେ। ଚଉଦଟି ୱାର୍ଡ ପାଖା ପାଖି ସାତ ହଜାର ଭୋଟରଙ୍କୁ ନେଇ ଗଠିତ ଏହି ପଞ୍ଚାୟତ ଆଗାମୀ ଦିନରେ ଏକ ଆଦର୍ଶ ପଞ୍ଚାୟତ ହିସାବରେ ଗଢି ତୋଳିବା ନିମନ୍ତେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପାଇଁ କଥା ଦେଇଛନ୍ତି | ଆଜି ନୂତନ କରି ସରପଞ୍ଚ ଦାୟିତ୍ଵ ନେଇ ଥିବାରୁ ନିଜକୁ ଗର୍ବ ଅନୁଭବ କରିବା ସହ ସମସ୍ତ ଶ୍ରେୟ ପଞ୍ଚାୟତବାସୀଙ୍କୁ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.