ମାହାଙ୍ଗା ଅଞ୍ଚଳରେ ଅଭାବନୀୟ ଘଟଣା; ଇଟାଭାଟିରେ କାମ କରୁଥିବା ସମୟରେ ଶ୍ରମିକଙ୍କ ମୃତ୍ୟୁ ।

0

ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ବ୍ଲକ ଗୁଣୁପୁର ଗ୍ରାମରେ ନିଜ ପରିବାର ପ୍ରତିପୋଷଣ କରିବା ନିମନ୍ତେ ପରିବାର ସହ ଆସି ଏକ ଇଟା ଭାଟିରେ କାମ କରୁଥିଲା ବେଳେ ଘଟିଛି ଅଭାବନୀୟ ଘଟଣା । ବେଆଇନ ଇଟାଭାଟିରେ କାମ କରୁଥିବା ସମୟରେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଛତିଶଗଡ ମହାସମନପୁର ଜିଲ୍ଲାର ବାଗବାହାରା ଥାନା ଅନ୍ତର୍ଗତ କୋଚରା ଗ୍ରାମର ମନୋହରନ ସାହୁ। ସେ ଏକ ମାସ ତଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୁଣୁପୁର ଗ୍ରାମରେ ନିଜ ପରିବାର ସହ ଆସି ଶିଶିର ସାହୁ ଙ୍କ ଇଟାଭାଟିରେ କାମ କରୁଥିଲେ। କାମ କରୁଥିବା ବେଳେ ତଳେ ପଡିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତୁହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ ! ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ଏକ ଅପମୃତୁ ମାମଲା ରୁଜୁକରି, ଶବକୁ ଵେବଛେଦ ପାଇଁ କଟକ ବଡ଼ମେଡିକାଲ ପଠାଇ ତଦନ୍ତ ଜାରିରଖିଛି।

Leave A Reply

Your email address will not be published.