କନ୍ଧମାଳ/ ଗଗନ କୁମାର ପ୍ରଧାନ : ଆଜି ରାଇକିଆ ବ୍ଲକରେ ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନ ୩୦ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି | ରାଇକିଆ ବ୍ଲକରେ ୧୮ଟି ଓ ରାଇକିଆ ପଂଚାୟତରେ ୧୨ଟି କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା | ରାଇକିଆ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ବିଡ଼ିଓ ଶୁଭମଦତ୍ତ ବାହିନୀପତି, ଏବିଡିଓ ମୋହନ ମଲ୍ଲିକ, ସରପଂଚ ରାଇକିଆ ପଂଚୁ ପ୍ରଧାନଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ପ୍ରଧାନ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ |
