ଭୁବନେଶ୍ୱର, : ଓଡ଼ିଶା ଉପକୂଳ ସଂଲଗ୍ନ ଉତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହେବା ଫଳରେ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ସୁଦ୍ଧା ଲଘୁଚାପ ଘନିଭୂତ ହେବା ସହ ଏହା ପଶ୍ଚିମ-ଉତର ପଶ୍ଚିମ ଦିଗ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବା ସିଇସିର ନିଦେ୍ର୍ଧଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଲଘୁଚାପ ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଢେ଼ଙ୍କାନାଳ, ଅନୁଗୁଳ, ବୋ÷ଦ୍ଧ, ସୋନ୍ପୁର, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅଗଷ୍ଟ ୧୩ ତାରିଖ ଉତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଡ. ସାହୁ ସୂଚନା ଦେଇଛନ୍ତି ।