ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ସ୍ଥାନୀୟ ଲୋକେ
ବରଗଡ:-ବରଗଡ଼ ଜିଲ୍ଲା ପାଇକମାଲ ଦେଇ ନୂଆପଡାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ଅଞ୍ଚଳ ବାସୀ ଙ୍କର ପାଇଁ ଲାଇଫ ଲାଇନ ସଦୃଶ । ଏହା ଲୋକଙ୍କର ଗମନାଗମନ ସହିତ ଆର୍ଥିକ ଉନ୍ନତି ରେ ମଧ୍ୟ ମୁଖ୍ୟ ସହାୟକ ଭାବରେ ଉଭା ହେବାରେ ଲାଗିଛି । ଏହା ସହିତ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଅସାବଧାନତା ବସତ ଅନେକ ଦୁର୍ଘଟଣା ଘଟି ଅନେକ ବହୁମୂଲ୍ୟ ଜୀବନ ନଷ୍ଟ ହୋଇ ଯିବା ସହିତ ଅନେକ ଦୁର୍ଘଟଣା ଗ୍ରସ୍ତ ଲୋକ ସାରା ଜୀବନ ପାଇଁ ଭିନ୍ନକ୍ଷମ ହୋଇ ପଡିଛନ୍ତି । ଏହି ସବୁ କାରଣ ରୁ ପାଇକମାଲ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କର ପ୍ରୟାସ ଓ ଆନ୍ଦୋଳନ ଫଳରେ ସରକାର ଙ୍କର ଦ୍ୱାରା ରୋଡ଼ ଡିଭାଇଡର ନିର୍ମାଣର ପ୍ରସ୍ତାବ କୁ ସ୍ୱୀକୃତି ଦେବା ସହିତ ଏହାର କାମ ମଧ୍ୟ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ହେଲେ କିଛି ଲୋକଙ୍କୁ ନିଜର ଘର କିମ୍ବା ଦୋକାନ ଓ ଗୋଦାମ ସମ୍ମୁଖରେ ଡିଭାଇଡର ମଝିରେ ରାସ୍ତା ଦରକାର । ସରକାର ଙ୍କର ଦ୍ୱାରା ତିଆରି କରାଯାଇଥିବା ଡିଜାଇନ ରେ ସୁରକ୍ଷା ଗତ କାରଣ କୁ ଓ ଲୋକଙ୍କର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଡିଭାଇଡର ମଝିରେ ଅନେକ ସ୍ଥାନରେ ସୁରକ୍ଷିତ ସ୍ଥାନ ଗୁଡିକରେ ଛଡ଼ାଯାଇଛି କିମ୍ବା ଛାଡିବାର ବ୍ୟବସ୍ଥା ରହିଛି ହେଲେ ନିଜର ସୁବିଧା ପାଇଁ , ଅନ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଇ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖର ରାସ୍ତା ଛାଡିବାକୁ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ମାନଙ୍କୁ ବାଧ୍ୟ କରାଯାଉଛି ।
ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଇକମାଲ ଡୁଙ୍ଗୁରିପାଲି ମଝିରେ । ଏହି ରାସ୍ତାରେ ଥିବା ଭାରତ ପେଟ୍ରୋଲ ପମ୍ପ ଆଗରେ ଆବଶ୍ୟକତା ମୁତାବକ ଗୋଟେ ରାସ୍ତା ଛଡା ଯାଇଥିବା ବେଳେ ଠିକ ତାର ମାତ୍ର ୫୦ମିଟର ଆଗକୁ ଗୋଟେ ରାସ୍ତା ଛଡା ଯାଇଛି । ଏହାର ମୁଖ୍ୟ କାରଣ ହେଲା ଏହି ଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ପାଇକମାଲ ଅଂଚଳର ଦୁଇଜଣ ପ୍ରତିଷ୍ଠିତ ବ୍ୟବସାୟୀ ମାନଙ୍କର ବିରାଟ ବିରାଟ ଲୁହା ଓ ସିମେଣ୍ଟ ଗୋଦାମ ଗୁଡିକ ରହିଛି । ଏହି ଗୋଦାମ ଗୁଡିକରେ ପ୍ରତେକ ଦିନ ବହୁ ସଂଖ୍ୟାରେ ବଡ଼ ବଡ଼ ଟ୍ରକ ସବୁ ଲୋଡ଼ ଅନଲୋଡ଼ ହୋଇଥାଏ । ନିଜର ସୁବିଧା ଦୃଷ୍ଟିରୁ ବ୍ୟବସାୟୀ ଦ୍ବୟ ବିଭାଗ ଓ ଠିକା ସଂସ୍ଥା ଉପରେ ପ୍ରେସର ଦେଇ ରାସ୍ତ ଛାଡିବା ପାଇଁ ବାଧ୍ୟ କରି ଥାଇ ପାରନ୍ତି ବୋଲି ଲୋକେ ଅଭିଯୋଗ କରିବା ସହିତ ଏହି ସ୍ଥାନରେ ଯେହେତୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଟ୍ରକ ଗୁଡିକର ଗତିବିଧି ରହୁଛି ତେଣୁ ଆଗକୁ ଦୁର୍ଘଟଣାର ଅନେକ ସମ୍ଭାବନା ଥିବା ଲୋକେ କହିବା ସହିତ ତୁରନ୍ତ ଏହି ମଝି ରାସ୍ତା କୁ ବନ୍ଦ କରି ଦିଆଯାଉ ବୋଲି ଲୋକେ କହିଛନ୍ତି ।