ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ସାମ୍ବାଦିକ ସଂଘ (ଏମଜେୟୁ) ପକ୍ଷରୁ ସ୍ଥାନୀୟ ପିଡବ୍ଲ୍ୟୁଡି ଡାକ ବଙ୍ଗଳା ପରିସରରେ ରାଜ୍ୟରେ କର୍ମଜୀବି ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ ଓ ସୁରକ୍ଷା ନିମନ୍ତେ ଆଲୋଚନା ନେଇ ଏକ ବୈଠକ ଅନୁଷ୍ଠିିତ ହୋଇଯାଇଛି। ମୋହନା ସାମ୍ବାଦିକ ସଂଘ (ଏମଜେୟୁ )ର ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଘର ସଦସ୍ୟ ମିହିର ଜତି, ସୁହାନ ଛିଞ୍ଚାଣି , ଅଂଶୁମାନ ପଣ୍ଡା , ମନ୍ମଥ ମିଶ୍ର , ମୋଜେସ ରଇତ , ବିମଳ ମଳିକ , ଯୋଗେନ୍ଦ୍ର ରଥ , ଧୀରେନ୍ଦ୍ର ନାୟକ , ସୁଶାନ୍ତ ମାଳି , ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ , ମାଣିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସାମ୍ବାଦିକମାନେ ଦିବାରାତ୍ର ଓ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ଆସୁଥିଲେ ମଧ୍ୟ ସବୁ ପରିସ୍ଥିତିକୁ ସାମ୍ନା କରି ଲୋକଙ୍କୁ ସତ୍ୟ ଖବର ପ୍ରଦାନ କରିଥାଏ। କିନ୍ତୁ ସଠିକ ଖବର ପରିବେଷଣକୁ ନେଇ କିଛି ରାଜନୈତିକ ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଆକ୍ରୋଷ ଓ ଆକ୍ରମଣ ଶୀକାର ହେବାକୁ ପଡିଥାଏ।
ରାଜ୍ୟରେ ଚାଲୁରହିଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବିନା କାରଣରେ କିଛି ଦୁବୁର୍ତ୍ତ ଆକ୍ରମଣ କରି ସେମାନଙ୍କୁ ଲହୁ ଲୁହାଣ କରିଦେବା ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ କର୍ମରତ ସାମ୍ବାଦିକ ମାନଙ୍କର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବା ନିମନ୍ତେ ସଂଘର କର୍ମକର୍ତ୍ତାମାନେ ଏକ ଲିଖିତ ସ୍ମାରକପତ୍ର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ ଓ ସବଇନିସପେକ୍ଟର କୃଷ୍ଣଚନ୍ଦ୍ରମଳିକଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.