ବାଣପୁରରେ ନୂତନ ଉପ ନିବନ୍ଧକଙ୍କ କାର୍ଯ୍ୟରେ ଯୋଗଦାନ

0

ଚିଲିକା (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଉପ ନିବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରୀ ରମେଶ ଚନ୍ଦ୍ର ପାଣି। ଶ୍ରୀ ପାଣି ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ନିକଟରେ ଶ୍ରୀ ପାଣିଙ୍କ ପଦୋନ୍ନତି ହେବାରୁ ସରକାର ତାଙ୍କୁ ବାଣପୁର ଉପ ନିବନ୍ଧକ ଭାବେ ଅବସ୍ଥାପିତ କରିଛନ୍ତି।

ତେବେ ବାଣପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ କାର୍ଯ୍ୟାଳୟ ହୋଇଥିବା ବେଳେ ଦୀର୍ଘ ଏକ ବର୍ଷ ହେବ ଏଠାରେ ଉକ୍ତ ପଦବୀ ଖାଲି ପଡିଥିଲା। ଯାହାଫଳରେ ବାଣପୁର ଓ ଚିଲିକା ତହସିଲର ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ବର୍ତ୍ତମାନ ଉକ୍ତ ପଦବୀରେ ସ୍ଥାୟୀ ନିଯୁକ୍ତି ମିଳିବା ପରେ ହିତାଧିକାରୀମାନଙ୍କ ବହୁ ଗୁରୁତ୍ୱପୂର୍ଣ କାର୍ଯ୍ୟଗୁଡ଼ିକ ଶୀଘ୍ର ସମାପ୍ତ ହୋଇପାରିବ ବୋଲି ଅଶା କରାଯାଉଛି। ସେହିପରି ଭାବେ ଦୀର୍ଘଦିନରୁ ପଡିରହିଥିବା ପୁରୁଣା କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁରା କରାଯିବ ଏବଂ ଜନସାଧାରଣଙ୍କୁ ତୁରନ୍ତ ସେବା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣି କହିଛନ୍ତି।

Leave A Reply

Your email address will not be published.