ଅବକାରୀ ବିଭାଗ ଜବତ କଲା ଗଞ୍ଜେଇ ସହ କଫ ସିରପ

0

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଖୋର୍ଦ୍ଧା ସହର ଓ ଆଖ ପାଖ ଅଞ୍ଚଳରେ ନିଶା ବେପାର ଲଗାମଛଡ଼ା | ରାତା ରାତି ବଡ ଲୋକ ହେବା ନିଶା କିଛି ଲୋକଙ୍କୁ ଘାରିଥିବା ଘାରିଛି ଯୁବ ପିଢ଼ି ମାନେ ନିଶା ସେବନ କରି ବିପଥଗାମୀ ହେଉଛନ୍ତି | ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଇନ୍ସପେକ୍ଟର ଭୈରବ କୁମାର ସାହୁ ଙ୍କ ନେତୃତ୍ୱରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମର ଗଣେଶ ପାତ୍ର ନାମକ ଯୁବକ ଠାରୁ ତିନି ଶହ ବୋତଲ କଫ ସିରପ ସହ ଦୁଇ କେଜି ଗଞ୍ଜେଇ ଜବତ କରିଛି। ଆସାମୀ ନାମରେ ଏନଡିପିଏସ ଆକ୍ଟରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.