ଓଜେୟୁ ପୁରୀ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ

0

ପୁରୀ/ଅନିମେଶ ପଟ୍ଟନାୟକ: ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ (ଓଜେୟୁ)ର ପୁରୀ ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଅଛି । ବୈଠକରେ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ବୀରନରସିଂହପୁର ସ୍ଥିତ ମା ଦକ୍ଷୀଣକାଳୀଙ୍କ ପୀଠରେ ଏହି ଆଲୋଚନାରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସୁରକ୍ଷା ଆଇନ ବିଧାନସଭାରେ ପ୍ରଣୟନ କରିବା ପାଇଁ ଦାବି କରାଯିବାକୁ ସ୍ଥିର କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ ପ୍ରଚେଷ୍ଟା କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର କହିଛନ୍ତି । ଏଥି ସହ ଅନେକ ନୂତନ ମେମ୍ବରଙ୍କୁ ୟୁନିଅନକୁ ସ୍ୱାଗତ କରାଯାଇଥିଲା ।

ସଂଘର ଉପଦେଷ୍ଟା ଭାବେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଚକ୍ରଧର ମହାପାତ୍ର ସଂଘକୁ କ୍ରିୟାଶୀଳ କରିବା ପାଇଁ ଅନେକ ପ୍ରଗତିଶୀଳ ପରାମର୍ଶ ଦେଇଥିଲେ । ସାମ୍ବାଦିକମାନଙ୍କ ପେନସନ୍ ବ୍ୟବସ୍ଥା, ବସ୍ ଓ ଟ୍ରେନ ରିହାତି, ଟୋଲ୍ ଗେଟ ଫି ଛାଡ଼କରିବା , ଗୋଷ୍ଠୀ ବୀମା କରିବା ଓ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ପୁରୀ ଜିଲ୍ଲାରେ ସାମ୍ବାଦିକ ଏକତା ପାଇଁ ସଂଘ କାର୍ଯ୍ୟ କରିବ । ୧୧ଟି ବ୍ଲକରେ ସଂଘର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ପାରିତ କରାଯାଇଛି ।

ବୈଠକକୁ ଉପସଭାପତି ବିଶ୍ୱନାଥ ମିଶ୍ର ସଞ୍ଚାଳନ କରିଥିଲେ । ସଂପାଦକ ସୁଧାଂଶୁ ଶେଖର କର,ସରୋଜ ମିଶ୍ର, ଡ଼ି.ପି ଗାଙ୍ଗୁଲି ,ନିରଞ୍ଜନ ମିଶ୍ର, ବିକ୍ରମ ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ନନ୍ଦ, ସୁଶାନ୍ତ ସାହୁ, ଅନିମେଶ ପଟ୍ଟନାୟକ, ସଞ୍ଜୟ ଅଗ୍ରୱାଲ, ସୁବୋଧ କୁମାର ସୁବୁଦ୍ଧି, ସାଗର ମଦନ ମୋହନ ପ୍ରତିହାରୀ,ପ୍ରଦୀପ ପ୍ରଧାନ, ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ମା ଦକ୍ଷିଣକାଳୀ ପୀଠର ମୁଖ୍ୟ ପୂଜକ ତାରୁ ଭାଇନା ଓ ଅନ୍ୟ ସହଯୋଗୀମାନେ ଏହି ସଂଘ ମାଙ୍କ କୃପାରୁ ଅଗ୍ରସର କରିବ ବୋଲି ଆର୍ଶୀବାଦ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.