ରାଉରକେଲା(ବସନ୍ତ କୁମାର ଜେନା):,ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ରାଉରକେଲାର ଚିନ୍ମୟ ପାତ୍ରଙ୍କୁ ବାୟୁ ସେନା ମେଡାଲ ପ୍ରଦାନ କରାଯାଇଛି। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ଜନକ ପଦକ ପ୍ରଦାନ କରାଯାଇଥିଲା। ଚିନ୍ମୟ ନିଜ ପରିବାର ସହ ଛେଣ୍ଡ କଲୋନୀ ରେ ରହୁଥିଲେ ଏବଂ ଛେଣ୍ଡ କଲୋନୀ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଥିଲେ। ଚିନ୍ମୟ ବିଦ୍ୟାଳୟର ସେ ପ୍ରଥମ ବ୍ୟାଚର ଛାତ୍ର ଥିଲେ। ପରେ ନେସନଲ ଡିଫେନ୍ସ ଏକାଡେମୀରେ ପଢି ବାୟୁସେନାରେ ଯୋଗ ଦେଇଥିଲେ। ୨୦୨୧ ମସିହା ଏପ୍ରିଲ ୩ ତାରିଖରେ ଚିନ୍ମୟ ନିଜ ଟିମ ସହ ଛତିଶଗଡ଼ର ଏକ ବିପଦ ସଂକୁଳ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ହେଲିକପ୍ଟର ସାହାଯ୍ୟରେ ବହୁ ଆହତ ଯବାନଙ୍କୁ ଏଆରଲିଫ୍ଟ କରି ରାୟପୁର ପଠାଇଥିଲେ। ନକ୍ସଲ ମାନଙ୍କ ସହ ଗୁଳି ବିନିମୟରେ ସୁରକ୍ଷା ବାହିନୀ ର ଯବାନ ମାନେ ମୃତାହତ ହୋଇଥିଲେ। ଏକ ଅଜଣା ବିପଦ ସଂକୁଳ ଜଙ୍ଗଲିଆ ସ୍ଥାନରେ ହେଲିକପ୍ଟର କୁ ଲ୍ୟାଣ୍ଡ କରାଇ ଆହତଙ୍କୁ ଏଆରଲିଫ୍ଟ କରିବା ଏକ ବଡ଼ ସାହସିକ ପଦକ୍ଷେପ ଥିଲା। ଏଆରଫୋର୍ସ ଟିମ ର ଏହି ସପୋର୍ଟ ସୁରକ୍ଷା ବହିନୀଙ୍କ ମନୋବଳ ବୃଦ୍ଧି କରିଥିଲା। ଏପ୍ରକାର ସାହାସିକତା ଲାଗି ଚିନ୍ମୟଙ୍କୁ ଆଜି ବାୟୁସେନା ମେଡାଲ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.