ବିଜୟୀ ପାଇଁ ନେତାଙ୍କର “ଭୋ-ଟ-ମ”ଫର୍ମୁଲାକୁ ବ୍ୟବହାର

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) – ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ପାଇଁ ନେତା ଓ ପାର୍ଥି ମାନେ ‘ ଭୋ-ଟ-ମ ‘ ଫର୍ମୁଲାକୁ ଗୁରୁତ୍ୱ ଦେଉଥିବାର ପରିଲକ୍ଷିତ ହେଉଛି ! କିନ୍ତୁ ଅଧିକାଂଶ ସ୍ଥାନୀୟ ସମସ୍ୟା ଓ ତାର ପ୍ରତିକାର ପାଇଁ କେହିବି କିଛି ହେଲେ ପ୍ରତିଶୃତି ଦେଉନାହାନ୍ତି  କି ଦାବୀ ମଧ୍ୟ କରୁନାହାନ୍ତି! ନା ଭୋଟର ନା ଆଶାୟୀ ପ୍ରାଥୀ! ଆଶ୍ଚର୍ଯ୍ୟ, ନେତା ଏବଂ ଭୋଟର ଉଭୟେ “ଭୋ-ଟ-ମ” ଫର୍ମୁଲାକୁ ଗୁରୁତ୍ୱ ଦେଉଛନ୍ତି ! ‘ଭୋ-ଟ-ମ’ଫର୍ମୁଲାର ଅର୍ଥ ହେଉଛି,ଭୋଟ ଦିଅ ଟଙ୍କା ନିଅ ମଦ ପିଅ !ଫଳରେ ସଭିଏଁ ଲାଳାୟିତ !ଏହିପରି ଏକ ସ୍ଥାନ ହେଲା, ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସମର୍ଥନ ପାଇବା ପାଇଁ ପାର୍ଥିମାନେ ନିର୍ବାଚନ କମିଶନ ଙ୍କ ଗାଇଡଲାଇନକୁ ଅଣଦେଖା କରି ଅର୍ଥାତ ବହୁତ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଇଥିବାର ଦେଖିବାକୁ ମିଳୁଛି ! ଗାଁ ଗଣ୍ଡା ଗୁଡିକରେ ଭୋଜି ଭାତ ଓ ମଦର ଆସର ଜମିଲାଣି ! ବିଭିନ୍ନ କ୍ଳବ, ଅନୁଷ୍ଠାନ,ସାମାଜିକ ସଂଗଠନ,ପଡ଼ାବାସୀ ବିଭିନ୍ନ ପ୍ରାଥୀଙ୍କୁ ଡ଼ାକି ଭୋଟ ବଦଳରେ କ’ଣ ଦେବ ବୋଲି ପ୍ରଶ୍ନ କରୁଛନ୍ତି !ଆହୁରି ମଧ୍ୟ ଯେଉଁଠି କେବେ ଫୁଟବଳ, କ୍ରିକେଟ ମ୍ୟାଚ ଦେଖି ନଥିଲେ ସେଠାରେ  ନେତା ମନ୍ତ୍ରୀ ବିଧାୟକଙ୍କୁ ଡକାଇ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଉଛି ! ଯିଏ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେଉଛି ତାକୁ ଭୋଟ ଦେବାପାଇଁ ନିଷ୍ପତି ନିଆଯାଉଛି ! ବୁଲେଇ ବଙ୍କେଇ କହିଲେ ଭୋଟମ ଫର୍ମୁଲାକୁ ହିଁ ଉଭୟ ଭୋଟର ଓ ପ୍ରାଥୀଙ୍କର ଲକ୍ଷ ! ନିର୍ବାଚନ ପାଇଁ ଭୋଟରଙ୍କ ପାଖରେ ଅନେକ ପ୍ରସଙ୍ଗ ଅଛି ! ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା,ଗାଁରେ ରୋଜଗାର ସୃଷ୍ଟି କରିବା, ରାସ୍ତା କାମ ଆଦି ଅନେକ ଗୁଡିଏ ପ୍ରକାର ଜନକଲ୍ୟାଣ ମୂଳକ କାମ ଥିଲେ ବି ଭୋଟରଙ୍କ ତରଫରୁ ନେତା ପ୍ରାଥୀଙ୍କୁ ଏସବୁର ସୁବିଧା ପାଇଁ ଦାବୀ କରାଯାଉଛି ନା, ନେତା ମନ୍ତ୍ରୀ ବିଧାୟକ ପ୍ରାଥୀଙ୍କ ପକ୍ଷରୁ ଏସବୁ କରିବା ପାଇଁ ପ୍ରତିଶୃତି ଦିଆଯାଉଛି! ଓଲଟା ଏବେ ପ୍ରସଙ୍ଗ ହୋଇପଡିଛି ଅପ୍ରସଙ୍ଗ!ଗାଁ ଗାଁରେ ମଦ,ମାଂସ ଓ ଭୋଜିର ଆସର ଜାମୁଥିବା ବେଳେ ଆଶାୟୀ ମାନେ ଭୋଟ ହେବାକୁ ଆଉ ହାତରେ କୋଡିଏ ଦିନ ଥିବା ସ୍ୱତେ ବି ଭୋଟ ପ୍ରତି ଜଣକୁ କେତେ ଟଙ୍କା ଦିଆ ଗଲେ କେତେ ଟଙ୍କା ଲାଗିବ ! ପଡାକୁ ପଡ଼ା କେତେ ମାତ୍ରାର ମାଂସ ଓ ମଦ ଯୋଗାଇ ଦିଆଯିବ ସେନେଇ ଅଙ୍କ କସା ଜୋରସୋର ରେ ଚାଲିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ! ସୂଚନା ଥାଉକି, କିଛି ଶାସକ ଦଳର ଟାଣୁଆ ନେତା ଆଗୁଆ ରହିବା ପାଇଁ ଆଗୁଆ ଗ୍ରାମ ଗୁଡିକର ବିଭିନ୍ନ ମହିଳା ସଂଗଠନ, କ୍ଳବ , ଏସଏଚଜି ଗ୍ରୁପ ଗୁଡିକର ପ୍ରେସିଡେଣ୍ଟ  ତଥା ଲିଡରଙ୍କୁ ଶାଢ଼ୀ ଆଦି ବଣ୍ଟନ ଦିଆଗଲାଣି ! ଯାହା ପ୍ରତ୍ୟକ୍ଷ ଦର୍ଶିଙ୍କ ଠାରୁ ପ୍ରକାଶ! ଅତଏବ ଏଥିରୁ ଆପେ ଆପେ ବୁଝାପଡୁଛି ଯେ ଚଳିତ ନିର୍ବାଚନରେ କେତେ ମାତ୍ରାର ମଦ, ମାଂସ ଓ ଟଙ୍କାର ବଣ୍ଟନ ହେବ ?? ତେବେ ନିର୍ବାଚନ କମିଶନ କାଳବିଳମ୍ବ ନକରି  ଦୁର୍ନୀତି ପୂର୍ଣ୍ଣ ନିର୍ବାଚନ କରିବା ପାଇଁ ଆହୁରି ଶକ୍ତ ନିୟମାବଳୀ କଟକଣାର ଆବଶ୍ୟକତା ଥିବାର ବୁଦ୍ଧିଜୀବୀଙ୍କ ମହଲରୁ ମତ ପ୍ରକାଶ ପାଇଛି !!

Leave A Reply

Your email address will not be published.