ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଓଡିଶ ପଞ୍ଚାୟତରେ ନିହାତି 50 ଘର ଅନୁସୂଚିତ ଜାତି ତଥା ମାଟିଆ ସମ୍ପ୍ରଦାୟର ବାସିନ୍ଦା ଅଛନ୍ତି l ଆଜିର ନାଗରିକ କାଲି ଦେଶର ଭବିଷ୍ୟତ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି l ନିରାକ୍ଷରତା କେହି ରହିବେ ନାହିଁ ସମସ୍ତେ ସ୍ଵାକ୍ଷର ହେବା ଦରକାର l ସରକାରଙ୍କର ଏଭଳି କହିବା ଓ କରିବାରେ ବହୁତ ଭିନ୍ନ ରହିଛି l ଏହି ମାଟିଆ ସମ୍ପ୍ରଦାୟର ପିଲାମାନଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳୁନାହିଁ ଯାହା ଫଳରେ ପିଲାଙ୍କର ଉଚ୍ଚ ଶିକ୍ଷା କ୍ଷେତ୍ରରେ ବାଧା ଉପୁଜୁଛି l ବାପାମାନେ ଜାତିଗତ ପ୍ରମାଣ ପାଇଁ ସେମାନେ ସରକାରଙ୍କ ଦ୍ୱାରା ବିଭିନ୍ନ ସଂସ୍ଥାରେ ସରକାରୀ କର୍ମୀ ଭାବେ ନିଯୁକ୍ତି ଅଛନ୍ତି l ଯଦି ବାପାମାନେ ଜାତିଗତ ପ୍ରମାଣ ପତ୍ର ପାଇଲେ ଓ ସରକାରୀ ଚାକିରୀ କଲେ ତାହାହେଲେ ପିଲାଙ୍କର ଜାତିଗତ ପ୍ରମାଣ ପତ୍ର ମିଳୁନାହିଁ କାହିଁକି? ସରକାରଙ୍କର ଏହି ଅନ୍ୟାୟ ପାଇଁ ମାଟିଆ ସମ୍ପ୍ରଦାୟ ଲୋକମାନେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ଯେ “ଯଦି ପିଲାଙ୍କର ଜାତିଗତ ପ୍ରମାଣ ପତ୍ର ନାହିଁ, ତାହା ହେଲେ ଆମେ ଭୋଟ ଦବୁନାହିଁ ”l ଏହି ଆହ୍ୱାନରେ ପରିଚାଳନା କରିଥିଲେ ଦଳିତ ବିକାଶ ପରିଷଦର ସଭାପତି ଶ୍ରୀ ଶଙ୍କର କୁମାର ଦାସ ଓ ସରକାରଙ୍କୁ ଦାବି କରିଥିଲେ ସେମାନଙ୍କ ଗୁହାରି ଶୁଣାଯାଉ l
Sign in
Sign in
Recover your password.
A password will be e-mailed to you.
Prev Post