ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପରିସରରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ଼ଃ ଏନ. ଭି. ଜଗନ୍ନାଧା ରାଓ,ଡିନ ଏକାଡେମିସ ଡ଼ଃ.ଏ .ଭି. ଏନ.ଏଲ ଶର୍ମା, ପରୀକ୍ଷା ନିରକ୍ଷକ ପ୍ରଫେସର ପି. ବିଜୟ କୁମାର ପ୍ରମୁଖ ଯୋଗ ଦେଇ ସ୍ୱାମୀଜୀଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନୀ ବିଷୟରେ କହିଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼. ପ୍ରେମାଂଶୁ ଶେଖର ରଥ ,ପ୍ରୋଗ୍ରାମ ଅଫିସର ଜ୍ୟୋତିର୍ମୟ ମିଶ୍ର ,ତାପସ ଛୁଆଳ ସିଂ, କ୍ରୀଡ଼ା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ପ୍ରଫେସର ସଞ୍ଜୟ କୁଅଁର, ପ୍ରଫେସର ରଞ୍ଜିତ ପାଣିଗ୍ରାହୀ, ପ୍ରଫେସର ଏସ .ଏନ ଦାସ , ପ୍ରଫେସର ରାଧାନାଥ ପାଢ଼ୀ, ସଞ୍ଜୟ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ,କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post