କରୋନା ଓମିକ୍ରନ୍ କଟକଣା ନେଇ ଗୁଣୁପୁର ପୁଲିସର ସଚେତନତା ଅଭିଯାନ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଅମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ତୁଳନାରେ ରାୟଗଡା ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଗୁଣୁପୁର ପୁଲିସ ତରଫରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଆଜି ପୁଲିସ, ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ସହରର ଗଳିକନ୍ଦିରେ ବୁଲିବୁଲି ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ରଖିବା, ଅଯଥା ଭିଡ଼ ନ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଦୋକାନୀ ମାନେ ଗ୍ରାହକଙ୍କୁ ଅଯଥା ଭିଡ଼ ପରିଲକ୍ଷିତ ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୨୧୦ କରୋନା ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.