ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ଵାରା ପୂର୍ବ ଭାରତରେ ଆଇସିଏମ୍ଆର୍ କ୍ଲିନିକାଲ୍ ଟ୍ରାଏଲ୍ ସେଂଟର୍ ଭାବେ ଚୟନ କରାଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଇଣ୍ଡିଆନ୍ କ୍ଲିନିକାଲ୍ ଟ୍ରାଏଲ୍ ଆଣ୍ଡ ଏଜୁକେସନ୍ ନେଟୱାର୍କ (ଇନ୍ଟେଂଟ) ରେ ଭାଗ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏ ନେଇ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ଆବେଦନ ପତ୍ରକୁ ବାହ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ସ୍କ୍ରିନିଂ କମିଟି ଅନୁଧ୍ୟାନ କରି ମନୋନୀତ କରିଥିଲେ ।
ଏହି କେନ୍ଦ୍ରଟି ନୂତନ ଔଷଧ ଏବଂ ଟୀକା ଗୁଡ଼ିକର କ୍ଲିନିକାଲ୍ ଟ୍ରାଏଲ୍ କରିବ ବୋଲି ଆଇଏମ୍ଏସ ଆଣ୍ଡ ସମ୍ ହସ୍ପିଟାଲ୍ର ନିର୍ଦ୍ଦେଶିକା (ମେଡିକାଲ୍ ରିସର୍ଚ୍ଚ) ଡାକ୍ତର ରୁଚି ଭୁୟାଁ ପ୍ରକାଶ କରିଛନ୍ତି ।
ଅଙ୍କୋଲୋଜି ବିଭାଗର ଡାକ୍ତର ସୌମ୍ୟ ସୁରଥ ପଣ୍ଡା ଏହି କେନ୍ଦ୍ରର ମୁଖ୍ୟ ପରୀକ୍ଷକ ରହିଥିବା ବେଳେ ଡାକ୍ତର ରୁଚି ଭୁୟାଁ, ଡାକ୍ତର ପ୍ରିୟଙ୍କା ସାମଲ୍, ଡାକ୍ତର ଜ୍ୟୋତିପ୍ରକାଶ ସାମଲ ଏବଂ ଡାକ୍ତର ନିର୍ମଳା ଦେଓ ପ୍ରଧାନ ପ୍ରମୁଖ ସହପରୀକ୍ଷକ ଭାବେ କାର୍ଯ୍ୟ କରିବେ ।
Sign in
Sign in
Recover your password.
A password will be e-mailed to you.