ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ର ୩୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସକାଳ ୧୧ଘଟିକାରେ ପ୍ରଥମ ଅଧିବେଶନ ରେ ଶ୍ରୀ ପଦ୍ମନାଭ ସାହୁ ଙ୍କ ସଭାପତିତ୍ବରେ, ମୁଖ୍ୟ ଅତିଥି ଦେବଗଡ ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଡ.ବିଜୟ ମହାରଣା,ସମ୍ମାନିତ ଅତିଥି ଶ୍ରୀ ସୁଜିତ୍ ନାଥ, ମୂଖ୍ୟ ବକ୍ତା ଡ. ସନ୍ତୋଷ କୁମାର ଦେବତା, ସମ୍ମାନିତ ବକ୍ତା ଦିଲ୍ଲୀପ କୁମାର ଗୁରୁ ମଞ୍ଚାସିନ ଥିଲେ। ସମ୍ପାଦକ ଅଧ୍ୟାପକ ଚିତ୍ତ ରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ଭାରତ ଭୁଷଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ୮ଗୋଟି ପୁସ୍ତକ ଉନ୍ମୋଚନ ହେଲା। ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ର”ପଦରେଣୁ ୨୦୨୧”ଡ. ଫଣିଦ୍ର ଭୁଷଣ ନନ୍ଦ ଙ୍କର”ଭାବନାର ଦସ୍ତକତ”ଡ. ସନ୍ତୋଷ କୁମାର ଦେବତା ଙ୍କର “ନିଷ୍ପଦ” ଡ. ବିଜୟ ମହାରଣା ଙ୍କର “ମିଟି କି ଖୁସୁବୁ” ନିରଞ୍ଜନ ଦ୍ବିବେଦୀ ଙ୍କର “ଇନ୍ଦୁମତି କାବ୍ୟ ଏକ ବିଶ୍ଳେଷଣ”ଭୋଲେଶ୍ୱର ମିଶ୍ର ଙ୍କର “ଅନ୍ତରରୁ ଅନ୍ତରୀକ୍ଷ”ଡ. ଭାରତ ଭୁଷଣ ନନ୍ଦ ଙ୍କର “ବାମଣ୍ଡା ଅଞ୍ଚଳର ଲୋକଜିବନରେ ଲୋକଗୀତ ଓ ଲୋକକଥା ର ମାହାତ୍ମ୍ୟ” ପୁସ୍ତକ ଉନ୍ମୋଚନ ହୋଇଥିଲା। ଏଥି ସହିତ”ବାମଣ୍ଡା ଶ୍ରୀ ୨୦୨୧”ଯୋଗେଶ ଚନ୍ଦ୍ର ଦଳବେହେରା ଙ୍କୁ ପ୍ରଦାନ କରାଯାଇଥିଲା ଓ ସାରସ୍ଵତ ପ୍ରତିଭା ସମ୍ମାନ ୨୦୨୧ଖଗେଶ୍ୱର ଦେହୁରୀ, ଲୋକନାଥ ବେହେରା, ସ୍ବାସ୍ଥ୍ୟ ସେବା ୨୦୨୧ ଅମ୍ବିକା ଦାସ, ନେହେରୁ ଯୁବ କେନ୍ଦ୍ର ସୁଗୁଡ଼ା, ସ୍ଵଚ୍ଛାପରିବେଶ ୨୦୨୧ ଧିବିଲିପଥର ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ନାଟ୍ୟକଳା ୨୦୨୧ ଶ୍ରୀ ନେତ୍ରାନନ୍ଦ ମହାକୁଲ, ସମାଜସେବା ସମ୍ମାନ ୨୦୨୧ରାଜା ବାସୁଦେବ ହାଇ ସ୍କୁଲ ମେଟ୍ରିକ୍ ଛାତ୍ର ୧୯୮୯ବ୍ୟାଚ, କବିରାଜ ସମ୍ମାନ ୨୦୨୧ବକୁଲି ଚରଣ ସାହୁ, ଆଦର୍ଶ କୃଷକ ସମ୍ମାନ ୨୦୨୧ ମହେଶ୍ୱର ପ୍ରଧାନ, ଯୁବ ପ୍ରତିଭା ସମ୍ମାନ ୨୦୨୧ସୁଶ୍ରୀ ଶାଶ୍ଵତୀ ନନ୍ଦ, ଦେବଦତ୍ତ ସ୍ମୃତି ସମ୍ମାନ ୨୦୨୧ ଶ୍ରୀମାନ ଶେଖର ପ୍ରଧାନ, ଶ୍ରୀମାନ ସ୍ବାଗତ କୁମାର ନନ୍ଦ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦିନ ୨ଘଟିକା ରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ଏଥିରେ କବିତା ପାଠ କରଯାଇଥିଲା। ଏଥିରେ ଶ୍ରୀ ନିରଞ୍ଜନ ଦ୍ବିବେଦୀ ଙ୍କ ସଭାପତିତ୍ବରେ ଓ ଶ୍ରୀ ରାମଚନ୍ଦ୍ର ମହାପାତ୍ରଙ୍କ ଆବାହକତ୍ୱରେ କବିତା ପାଠ କରଯାଇଥିଲା। କବିତା ଗୁଡ଼ିକର ସଂଯୋଜନା ଶ୍ରୀମତୀ ସୁମିତ୍ରା ପୁରୋହିତ ଓ ଶ୍ରୀମତୀ ପଦ୍ମିନୀ ଦାସ ମହାପାତ୍ର କରିଥିଲେ। ଏଥିରେ ୫୦ରୁ ଅଧିକା କବିତା ପାଠ କରଯାଇଥିଲା। କବିତା ପାଠଉତ୍ସବକୁ ମୂଖ୍ୟ ଅତିଥି ଭାବରେ ଡ. ଭାରତ ଭୁଷଣ ନନ୍ଦ. ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଯୋଗଦାନ କରିଥିଲେ। କାର୍ଯକ୍ରମ ର ଶେଷରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ର ସଂପାଦକ ଅଧ୍ୟାପକ ଚିତ୍ତ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.