ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାରଳାଖେମୁଣ୍ଡି ନଗର ବିଜେଡ଼ି ତରଫରୁ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି। ପୂର୍ବାହ୍ନରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଯୁବରାଣୀ କଲ୍ୟାଣୀ ଦେବୀ , ମହିଳା ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୂର୍ଣ୍ଣବାସୀ ନାୟକ , ମହିଳା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା , ପୂର୍ବତନ ଜିଲ୍ଲା ବିଜେଡି ସଭପତି ବସନ୍ତ ଦାସ , ବିଜେଡ଼ି ଦଳର ରାଜ୍ୟ ସମ୍ପାଦକ ମୁରୁତ ପାଳ , ସୁରେଶ ମାଝୀ , ଲକ୍ଷ୍ମୀକାନ୍ତ ପରିଚ୍ଛା , ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ , ରାଜୁ ବେହେରା , ମଣ୍ଟୁ ଦାସ , ଜମିଦାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ।
ପୂର୍ବାହ୍ନରେ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଠାରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିଡିଓ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ ।
ପରେ ନେତାମାନେ ବିଜୁ ଜନତା ଦଳର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯାହାସବୁ ଲୋକାଭିମୁଖୀ ଯୋଜନା ରହିଛି ଓ ବିଜୁ ଜନତା ଦଳର ସଫଳତା ବିଷୟରେ ନିଜନିଜର ବକ୍ତବ୍ୟ ରଖିଥିଲେ । ସମସ୍ତେ ନବୀନ ବାବୁଙ୍କ ଭୁୟସୀ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.